Home Top News ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ରାହୁଲ ଗାନ୍ଧୀ AIIMS ରେ...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ରାହୁଲ ଗାନ୍ଧୀ AIIMS ରେ ପହଞ୍ଚିଲେ

95

ନୂଆ ଦିଲ୍ଲୀ ୧୪ -୧୦ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବୁଧବାର ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ତାଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ। ଏଥି ସହିତ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଗୁରୁବାର ତାଙ୍କୁ ଭେଟିବା ପାଇଁ AIIMS ରେ ପହଞ୍ଚିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବା ପରେ ରାହୁଲ ଗାନ୍ଧୀ AIIMS ଛାଡିଥିଲେ। ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଡକ୍ଟର ମନମୋହନ ସିଂ ଜୀଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ସୂଚନାଯୋଗ୍ୟଯେ, ଜ୍ୱର ହେବା ପରେ ଦୁର୍ବଳ ଅନୁଭବ ହେତୁ ମନମୋହନ ସିଂଙ୍କୁ ବୁଧବାର ସନ୍ଧ୍ୟାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବେ ତାଙ୍କର ଜ୍ୱର ହୋଇଥିଲା। ଜ୍ୱର କମିଯିବା ପରେ ସେ ନିଜକୁ ଦୁର୍ବଳ ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି।

ଉଲ୍ଲେଖନୀୟଯେ, ଚଳିତ ବର୍ଷ ଏପ୍ରିଲରେ ମନମୋହନ ସିଂ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ AIIMS ରେ କିଛି ଦିନ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ। ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଥିଲେ।

ମନମୋହନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ବର୍ତ୍ତମାନ ରାଜସ୍ଥାନର ଜଣେ ରାଜ୍ୟସଭା ସଦସ୍ୟ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ ରେ AIIMS ରେ ତାଙ୍କର ହୃଦୟ ର ବାଇପାସ୍ ସର୍ଜରୀ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.