Home ଓଡ଼ିଶା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ଚତୁର୍ଥ ଅଟଳ...

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେବେ ପ୍ରଶାନ୍ତ ସେନାପତି

339

ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ) ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିରଂଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ-୨୦୧୯”ସମାଜସେବୀ ସୁବୋଧ ମିଶ୍ରଙ୍କୁ “ଅଟଳ ସମାଜସେବୀ ସମ୍ମାନ-୨୦୧୯”ଭୁବନେଶ୍ୱର ତା ୨୩/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି। ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସ ପାଳନ ସହ ଏହି ଅବସରରେ ସମ୍ମାନ ଜନକ “ଅଟଳ ସମ୍ମାନ – ୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ ଜଣାଇଛନ୍ତି।

ଚଳିତ ବର୍ଷ ବରିଷ୍ଠ ସମାଜସେବୀ ତଥା ସାମାଜିକ ଆନ୍ଦୋଳନର ନେତା ଶ୍ରୀ ପ୍ରଶାନ୍ତ ସେନାପତିଙ୍କୁ ଚତୁର୍ଥ “ଅଟଳ ସମ୍ମାନ -୨୦୧୯” ସମ୍ମାନରେ ସମ୍ମାନୀତ କରାଯିବ। ସେହିପରି ବିଶିଷ୍ଟ ରାଷ୍ଟ୍ରବାଦି କବି ଶ୍ରୀ ବିରଂଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ -୨୦୧୯” ରେ ସମ୍ମାନୀତ କରାଯିବ। ଶ୍ରୀ ପଣ୍ଡା ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତ୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି। ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ସୁବୋଧ ମିଶ୍ରଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୧୯” ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ଶ୍ରୀ ମିଶ୍ର ସାମାଜସେବାରେ ନିଜକୁ ଉତ୍ସର୍ଗ କରି ଗରୀବ ଯୁବକ ଯୁବତୀମାନଙ୍କ ଆତ୍ମନିଯୁକ୍ତି ପାଇଁ ପ୍ରୟାସରତ ଅଛନ୍ତି।

ରାଜ୍ୟ କାର୍ଯାଳୟରେ ଆସନ୍ତା ଡିସେମ୍ବର ୨୫ ତାରିଖ ଅପରାହ୍ଣ ୪ଟାରେ ଏହି ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.