Home ଜିଲ୍ଲା ପରିକ୍ରମା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ, ନିଃଷ୍କଳଙ୍କ, ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ଅର୍ଜୁନ ସେଠୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ, ନିଃଷ୍କଳଙ୍କ, ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ଅର୍ଜୁନ ସେଠୀ

9
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଲକ୍ଷ୍ମୀବଜାର ଠାରେ ପ୍ରାକ୍ତନ ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ୮୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ମୃତି କମିଟି ଆନୁକୁଲ୍ୟରେ ଏହି ଜୟନ୍ତୀ ପାଳନ କରାଯାଇଥିବା ବେଳେ ପ୍ରାରମ୍ଭରେ ଏ ମାଟିର ସୁଯୋଗ୍ୟ ସନ୍ତାନ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତୀ ଓ ଅର୍ଜୁନ ଚରଣ ସେଠୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଆୟୋଜିତ ସଭାକୁ ଆବାହକ ପ୍ରାକ୍ତନ ସରପଂଚ ରବିନ୍ଦ୍ର କୁମାର ପଣ୍ଡା ପୌରୋହିତ୍ୟ କରିଥିଲେ। ସ୍ମୃତି କମିଟି ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ମଂଚ ପରିଚାଳନା କରିଥିଲେ। ଏଥିରେ ଭଦ୍ରକ ସାଂସଦ ତଥା ୰ ଅର୍ଜୁନ ସେଠୀଙ୍କ ସୁପୁତ୍ର ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଡ଼ିଓ ପ୍ରଦିପ କୁମାର ସେଠୀ, ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ବିଶିଷ୍ଟ ନାଟ୍ୟକାର ତଥା ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ସୁଧାଂଶୁ ଶେଖର ନାୟକ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତାମୟୀ ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ସେକ୍ ଓମର ଅଲ୍ଲୀ, ପ୍ରାକ୍ତନ କାଉନସିଲର ଦୁର୍ଗାପ୍ରସାଦ ଦାସ, ଡ଼ାକ୍ତର ରବି ନାୟକ, ଆଇନଜୀବୀ ମାଧବାନନ୍ଦ ଦାସ, ନାରୀ ନେତ୍ରୀ ଚୈତାଳି ଖିଲାର, କମଳାକାନ୍ତ ସାହୁ, ସୁମିତ୍ରା ପାଣି, ଅଶୋକ ସାହୁ ପ୍ରମୁଖ ଯୋଗଦେଇ ୰ସେଠୀ ଜଣେ ନିଷ୍କଳଙ୍କ ଓ ର୍ନିବିବାଦିୟ ରାଜନେତା ଥିଲେ ବୋଲି କହିଥିବା ବେଳେ ୫୦ବର୍ଷର ରାଜନୈତିକ ଜୀବନରେ ୮ ଥର ସାଂସଦ, ୨ଥର ବିଧାୟକ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଯାଇଛନ୍ତି। ତାଙ୍କ ରାଜନୈତିକ ଜୀବନରେ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିବା ବେଳେ ସଂପୃକ୍ତ ଅଂଚଳର ରାନ୍ଦିଆ ଠାରେ ରେଳ ଉଡ଼ନ୍ତା ପୋଲ, ସାଳନ୍ଦୀ ନଦୀ ପାଣିର ଉପଯୁକ୍ତ ବ୍ୟବହାର ପାଇଁ ସାଳନ୍ଦୀ ସଂସ୍କାର ଯୋଜନା, ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ଭିତିଭୂମିର ବିକାଶ, ଆନନ୍ଦପୁରରେ କାନପୁର ଜଳସେଚନ ପ୍ରକଳ୍ପ ପରି ବଳିଷ୍ଠ ଉଦାହରଣ ସହ ବିକାଶର ମାନସିକତା ନେଇ କାର୍ଯ୍ୟ କରୁଥିଲେ ବୋଲି କହିଥିଲେ ଅତିଥି। ଏହି ଅବସରରେ ବରିଷ୍ଠ ନାଗରିକ ଭୋଳାନାଥ ନାୟକ ଓ ଫକିର ଚରଣ ବାରିକଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରୀତିପ୍ରତ୍ୟାଶା ପରିଡ଼ା, ସୁବନ୍ୟା ନାୟକ, ସୁଶ୍ରୀ ସ୍ୱାଧୀନା ଦାସ, ସୌଭାଗ୍ୟ ମଞ୍ଜରୀ ପୁହାଣଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୋପାଳକୃଷ୍ଣ ଦାଶ, ଅମୁଲ୍ୟରତ୍ନ ନନ୍ଦ,ଅଶୋକ କୁମାର ପରିଡ଼ା, ଶୁଭେନ୍ଦୁ ବେହେରା, ଅତସି ପଣ୍ଡା, ସୁବୋଧ ସାହୁ, ସନ୍ତୋଷ ସାହୁ, ଶିବାନନ୍ଦ ଦାଶ ଅଧିକାରୀ, ରାଜୀବ ଲୋଚନ ରାୟ, ମଦନମୋହନ ଦାଶ, ବିଷ୍ଣୁ ପଣ୍ଡା, ରାଜଲକ୍ଷ୍ମୀ ଦାସ, ମାମାଲି ପତି, ନମିତା ବେହେରା, ପ୍ରତିମା ସାହୁ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.