Home କେନ୍ଦ୍ରାପଡ଼ା ପୂର୍ତ୍ତମନ୍ତ୍ରୀ କପାଳେଶ୍ୱର ପ୍ରାଥମିକ ସ୍କୁଲ ଓ ଆହାର କେନ୍ଦ୍ର ବୁଲିଲେ

ପୂର୍ତ୍ତମନ୍ତ୍ରୀ କପାଳେଶ୍ୱର ପ୍ରାଥମିକ ସ୍କୁଲ ଓ ଆହାର କେନ୍ଦ୍ର ବୁଲିଲେ

93

କେନ୍ଦ୍ରାପଡା ୭/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡାକୁ ଗସ୍ତରେ ଆସିଥିବା ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗରାପୁର ଡାକବଙ୍ଗଳା ସଭାରେ ଯୋଗଦେବା ପରେ ସ୍ଥାନୀୟ କପାଳେଶ୍ୱର ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିବା ସହ ସ୍କୁଲର ଶିକ୍ଷୟତ୍ରୀଙ୍କ ସହିତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ମଧ୍ୟାହ୍ନ ଭୋଜନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ପହଁଚି ଲୋକମାନଙ୍କୁ ୫ଟଙ୍କାରେ ଦିଆଯାଉଥିବା ଖାଦ୍ୟ ନିଜେ ଖାଇ ତା’ର ମାନ ପରୀକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହିତ ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ମଧ୍ୟ ଆହାର କେନ୍ଦ୍ରରେ ଖାଦ୍ୟ ଖାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ, ଡା.କିଶୋର ଆଚାର୍ଯ୍ୟ, ଡାକ୍ତରଖାନା ପରିଚାଳକ ପ୍ରମୁଖ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.