Home ଓଡ଼ିଶା ପୂଜା ପାଇଁ ହୋଇପାରେ ଆତଙ୍କୀ ହାମଲା

ପୂଜା ପାଇଁ ହୋଇପାରେ ଆତଙ୍କୀ ହାମଲା

379

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ନେଇ ଗୁଇନ୍ଦା ବିଭାଗ ଅନେକ ସୂଚନା ଦେଇଥିବା ବେଳେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁଇ ମାସ ମଧ୍ୟରେ ନିୟନ୍ତ୍ରଣ ରେଖା ଦେଇ ଭାରତରୁ ୬୦ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଆଗକୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବା ବେଳେ ଆତଙ୍କବାଦୀମାନେ ପରିସ୍ଥିତିର ଫାଇଦା ଉଠାଇ ଆକ୍ରମଣର ଯୋଜନା କରୁଛନ୍ତି ଏବଂ ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ସାରିଲେଣି ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ । ତେବେ ଗୁଇନ୍ଦା ବିଭାଗକୁ ଏ ନେଇ ସୂଚନା ମିଳିବା ପରେ କିଭଳି ଏହି ପରିସ୍ଥିତିରୁ ବର୍ତ୍ତି ହେବ, ତାହାର ବାଟ ବାହାର କରିବାରେ ଲାଗି ପଡ଼ିଛନ୍ତି । ବିଗତ ବର୍ଷରେ ଏଭଳି ଆଶଙ୍କା ରହୁଥିଲେ ମଧ୍ୟ ଚଳିତ ବର୍ଷ ଏହାକୁ ଗମ୍ଭୀରତାର ସହ ନେଉଛି ଗୁଇନ୍ଦା ବିଭାଗ ।ସୂଚନା ଅନୁସାରେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଛି । ଭାରତକୁ ହରାଇବା ପାଇଁ କୌଣସି ବାଟ ପାଉ ନଥିବାରୁ ପାକିସ୍ତାନ ଏଭଳି ଆତଙ୍କବାଦୀମାନଙ୍କୁ ଆକ୍ରମଣ ପାଇଁ ଆଦେଶ ଦେଇଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.