Home କୋରାପୁଟ ପୂଜାରୀପୁଟ ଶ୍ରୀରାମ ମନ୍ଦିର ସଭାପତିଙ୍କ ବିୟୋଗରେ ଶୋକସଭା

ପୂଜାରୀପୁଟ ଶ୍ରୀରାମ ମନ୍ଦିର ସଭାପତିଙ୍କ ବିୟୋଗରେ ଶୋକସଭା

66

କୋରାପୁଟ ୧୮-୦୬(ଓଡିଆ ପୁଅ /ରଂଜନ ଦାସ) ପୂଜାରୀପୁଟସ୍ଥିତ ଶ୍ରୀରାମ ମନ୍ଦିର ପରିଚାଳନା କମିଟିର ସଭାପତି ଭାସ୍କର ଚନ୍ଦ୍ର ବିଶ୍ୱାଲଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିୟୋଗର  ତୃତୀୟ ଦିବସରେ ଶ୍ରୀରାମ ମନ୍ଦିର ପରିସରରେ ପରିଚାଳନା କମିଟି ପକ୍ଷରୁ ଉପସଭାପତି ଚିରଞିବୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଆୟୋଜନ କରାଯାଇଥିଲା ।ପରିଚାଳନା କମିଟିର ଭୀମସେନ ଜେନା ,ଜଳଧର ସ୍ୱାଇଁ ,ଗୋବିନ୍ଦ ଚନ୍ଦ୍ର ସାମଲ,ସତ୍ୟଭାମା ପାଢୀ ,ନାଗେଶ୍ୱର ରାଓ ,ସତ୍ୟ ମହାପାତ୍ର ,ପୂର୍ଣ୍ଣଚନ୍ଦ୍ର ପଟନାୟକ , ଅଶୋକ ସୋନେଜା ,ଅଶୋକ ମହାପାତ୍ର ,ବୃନ୍ଦାବନ ସାହୁ ପ୍ରଭୃତି ସଦସ୍ୟ ଯୋଗଦେଇ ସ୍ୱର୍ଗତ ବିଶ୍ୱାଲଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟରେ ତାଙ୍କର ଅବଦାନଅବିସ୍ମରଣୀୟ ବୋଲି ମତ ପ୍ରକାଶ କରିଥିଲେ ।ପରିଚାଳନା କମିଟିର ସଂପାଦକ ଜୟନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ  ଆମେ ପରିଚାଳନା କମିଟିର ମୂରବୀଙ୍କୁ ହରାଇଛୁ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.