Home ଜିଲ୍ଲା ପରିକ୍ରମା ପୁସ୍ତକ ଉନ୍ମୋଚନ ସମାରୋହ, କବିତା ରଚନା କବିର ଏକ ସ୍ୱତସ୍ଫୂର୍ତ୍ତ ବିଳାସ

ପୁସ୍ତକ ଉନ୍ମୋଚନ ସମାରୋହ, କବିତା ରଚନା କବିର ଏକ ସ୍ୱତସ୍ଫୂର୍ତ୍ତ ବିଳାସ

14

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବିତା ରଚନା କବିର ଏକ ସ୍ୱତଃସ୍ଫୂର୍ତ୍ତ ବିଳାସ । କବିତା ଯେତେବେଳେ ଶୂନ୍ୟଗର୍ଭା ହୋଇଯିବାକୁ ବସେ, ସେତେବେଳେ କବିତା ପାଠକ ଠାରୁ ଦୂରେଇ ଯାଏ । କବିତାରେ ଭାବ, ଭାଷା ଓ ପ୍ରତୀକ ଯେତେ ଆପଣାର ମନେ ହେବ, ସେତେ ତାହା ଆକର୍ଷଣୀୟ ହୁଏ । ଯେଉଁ କବିତା ଭିତରେ ପ୍ରାଣସ୍ପନ୍ଦନ ନଥାଏ, ସେହି ଶୂନ୍ୟଗର୍ଭା କବିତାକୁ ନେଇ କବି ଯେତେ ନିଜକୁ ବଡ଼ ମନେକଲେ ବି ତାହା କାଳବକ୍ଷରେ ବଞ୍ôଚପାରେ ନାହିଁ । ତେଣୁ କବିତାକୁ ସବୁ ଦୃଷ୍ଟିରୁ ପୂର୍ଣ୍ଣଗର୍ଭା କରି ରଖିବା କବିର ଦାୟିତ୍ୱ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ଆନୁକୂଲ୍ୟରେ ଆୟୋଜିତ ରାଜକିଶୋର ସାହୁଙ୍କ ‘ଅପେକ୍ଷା କରିଛି ପୃଥିବୀ’ କବିତା ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଅତିଥି ମାନେ ମତପ୍ରକାଶ କରିଛନ୍ତି । ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ସମାରୋହରେ ଭଦ୍ରକ ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହରିଆ ସଭାପତିତ୍ୱ କରିଥିଲେ । ପ୍ରଫେସର ଡ.ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଅଜୟ କୁମାର ନାୟକ ଓ ଡ.ଅବନୀ ପ୍ରଧାନ ଯୋଗ ଦେଇ ବୌଦ୍ଧିକତାର ବନ୍ଧନ ଦୋଷରୁ ରାଜକିଶୋରଙ୍କ କବିତାବଳୀ ସର୍ବୋତ ଭାବେ ମୁକ୍ତ । ଗ୍ରାମ୍ୟ ଜୀବନାନୁଭୂତି ତାଙ୍କ କବିତାର ପ୍ରମୁଖ ବିଭାବ ଯାହା ତାଙ୍କ ମାଟି ମନସ୍କତାର ପରିଚାୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକ ମହିଳା ମହା ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଭୟ ଦାସ ଓ ସମ୍ମାନିତ ବକ୍ତା ଭାବେ କବି ସୀତାଂଶୁ ଲେଙ୍କା ଯୋଗଦେଇ ଉନ୍ମୋଚିତ ପୁସ୍ତକରେ ସନ୍ନିହିତ କବିତା ଗୁଡ଼ିକ ପାଠକକୁ ପଠନାନନ୍ଦ ଦେବାର ସବୁରି ଯୋଗ୍ୟତା ବହନ କରିଛି ବୋଲି କହିଥିଲେ । ପ୍ରାକ୍ ସୂଚନା ଭଦ୍ରକ ପୂଜ୍ୟପୂଜା ସଂସଦର ଯୁଗ୍ମ ସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ଦେଇଥିବା ବେଳେ, ଅନୁଷ୍ଠାନର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ କବି ବିକାଶ କୁମାର ଶତପଥି ବେଦ ପାଠ କରିଥିବା ବେଳେ, କବି ଅକ୍ଷୟ କୁମାର ଜେନା ଧନ୍ୟବାଦ ଦେଇଥିଲେ । କବି ଅରୂପା ନନ୍ଦ ନାୟକ ଓ ଗଙ୍ଗାଧର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.