Home କେନ୍ଦୁଝର ପୁସ୍ତକ ‘ଆଦ୍ୟଝଙ୍କାର’ ଉନ୍ମୋଚିତ

ପୁସ୍ତକ ‘ଆଦ୍ୟଝଙ୍କାର’ ଉନ୍ମୋଚିତ

81

ହାଟଡ଼ିହି-୨୯/୮ ହାତଡ଼ିହି ବ୍ଲକ ଶଙ୍ଖୋ ଗ୍ରାମରେ ଅତି ନିରାଡ଼ମ୍ବର ଭାବେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଖକ ତଥା ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ରତ୍ନାକର ଦାସ, ହାଟଡ଼ିହି ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ପୁସ୍ତକର ପ୍ରକାଶିକା ଶିକ୍ଷୟତ୍ରୀ କନକ ମଞ୍ଜରୀ ସାହୁ ପ୍ରମୁଖ ଯୋଗଦେଇ ପୁସ୍ତକ ‘ଆଦ୍ୟଝଙ୍କାର’ କୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ସ୍ଥାନ ପାଇଥିବା ୪୧ଟି କବିତା ଆଜିର ସମାଜକୁ ମୁଲ୍ୟବୋଧ ଭିତିକ ବାର୍ତ୍ତା ଦେବବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ସାମାଜିକ ଦୂରତା ରକ୍ଷାକରି ଏହି ଉତ୍ସବ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.