Home ଜିଲ୍ଲା ପରିକ୍ରମା ପୁଲିସ ଭୟରେ ପୁରୁଷ ଶୂନ୍ୟ ଗ୍ରାମ, ଚାଷବାସ କେମିତି ହେବ ବୋଲି କରଣପଲ୍ଲୀ ଅଂଚଳବାସୀଙ୍କ ପ୍ରଶ୍ନ!

ପୁଲିସ ଭୟରେ ପୁରୁଷ ଶୂନ୍ୟ ଗ୍ରାମ, ଚାଷବାସ କେମିତି ହେବ ବୋଲି କରଣପଲ୍ଲୀ ଅଂଚଳବାସୀଙ୍କ ପ୍ରଶ୍ନ!

26

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧିନସ୍ଥ ବିଜୟପାଟଣା ଅଂଚଳରେଗତ ଜୁନ ୧୮ ତାରିଖରେ ଜଣେ ନିରୀହ ଯୁବକଙ୍କୁ ପ୍ରେମ କରୁଥିବା ସନ୍ଦେହରେ ଝିଅ ଘର ଲୋକେ ସେହି ଅଂଚଳର ବଡ ପିପଳା ଗ୍ରାମର ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିଲେ । ଦୀର୍ଘ ୧ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସେହି ଅଂଚଳ ଆଜି ଭଳି ଦିନରେ ପୁରୁଷ ଶୂନ୍ୟ ହୋଇ ପଡିଛି । ଗତ ଜୁନ ୧୮ ତାରିଖରେ କରଣପଲ୍ଲୀ ପଂଚାୟତର ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହ ନିଜ ଘରୁ ଫେରାର ହୋଇ ଯାଇଥିଲେ । ଏହି ବିଷୟରେ ଝିଅ ପରିବାର କିଛି ଖୋଜ ଖବର ପାଇ ପାରି ନଥିଲେ । ସଂପୃକ୍ତ ଝିଅ ଘର ଲୋକେ କୌଣସି ସୂତ୍ରରୁ ଖବର ପାଇଲେ କି କରଣପଲ୍ଲୀ ପଂଚାୟତର ବଡ ପିପଳା ଗ୍ରାମର ତାପସ (୨୪)ନାମକ ଯୁବକ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ବୋଲି । ଏହା ଭାବି ଝିଅ ଘରର ଲୋକେ ତାପସ ଘରେ ଶୋଇଥିବା ସମୟରେ ଜୋର ଜବରଦସ୍ତ ତାଙ୍କ ଘରୁ ଟେକି ନେଇ ମାଡ ମାରି ଜୀବନରୁ ମାରି ଦେଇଥିଲେ । ପରେ ଏହି ଘଟଣା କେବଳ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ପରେ ତାପସଙ୍କ ପରିବାରର ଏତଲାକୁ ଭିତି କରି ବାଂଶଡା ପୁଲିସ ଦୃଢ ପଦକ୍ଷେପ ସ୍ୱରୂପ ଏହି ଘଟଣାରେ ସଂଶ୍ଳିଷ୍ଟ ଝିଅର ବାପା ଏବଂ ମାକୁ ପୁରୀ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଥିଲେ । ମାତ୍ର ଅଂଚଳବାସୀ ତଥା ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦେଶରେ ଆଜି ପର୍ଯ୍ୟନ୍ତ ବାଂଶଡା ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ୯ଜଣ ଙ୍କୁ ଖୋଜିବାରେ ଅବହେଳା କରି ନଥିବା ବେଳେ ଏହି ଅଂଚଳ ଏକ ପ୍ରକାର ପୁରୁଷ ଶୂନ୍ୟ ହୋଇ ପଡିଛି । ଏପରିକି ବର୍ଷା ଦିନରେ ମଧ୍ୟ ଚାଷୀ ବନ୍ଦୀ ଘରେ କୌଣସି ପୁରୁଷ ନିଜ ଘରକୁ ମଧ୍ୟ ଆସୁ ନାହାନ୍ତି ଫଳରେ ଏହି ଅଂଚଳରେ ଚାଷ ଜମି ମଧ୍ୟ ପଡିଆ ପଡିଛି । ଅନ୍ୟ ପକ୍ଷରେ ସବୁ ସମୟରେ ଏହି ୯ଜଣ ଆସାମୀକୁ ବାଂଶଡା ପୁଲିସ ଗିରଫ କରିବାକୁ ନିଜର ସମସ୍ତ ଚେଷ୍ଟା ଜାରୀ ରଖିଥିବା ବେଳେ ତୁହାକୁ ତୁହା ପୁଲିସ ପ୍ରଶାସନ ସେହି ଗ୍ରାମକୁ ଯାଇ ଆସାମୀ ମାନଙ୍କ ଘର ଉପରେ ତୀଷ୍ନ ଦୃଷ୍ଟି ଦେଉଥିବା ଖବର ଆସାମୀ ମାନେ ପାଇ ଯାଉଥିବାରୁ ସେମାନେ ମଧ୍ୟ ଆଉ ନିଜ ଗ୍ରାମକୁ ଫେରିବାକୁ ଚାହୁଁ ନାହାନ୍ତି ଏପରିକି ଏହି ଆସାମୀ ମାନଙ୍କ ସହ ସମ୍ପର୍କ ରଖିଥିବା ପାଖ ପଡୋଶୀ ମାନେ ମଧ୍ୟ ନିଜ ଗ୍ରାମ ଛାଡି ଫେରାର ହୋଇ ଯାଇଛନ୍ତି । ବର୍ଷା ଦିନରେ ସଂପୃକ୍ତ ଚାଷୀ ମାନେ ନିଜ ଚାଷ ଜମିରେ ଚାଷ ନ କଲେ ଆଗାମୀ ଦିନରେ ସଂପୃକ୍ତ ଚାଷୀ ମାନେ କଣ କରିବେ ଏବଂ ଅଂଚଳର ଅର୍ଥନୀତି ହାନି ହେବାର ସମ୍ଭାବନାକୁ ଏଡାଇ ମଧ୍ୟ ଦିଆ ଯାଇ ନପାରେ ବୋଲି ଚର୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.