Home Top News ପୁଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ: ବିଜେଡି

ପୁଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ: ବିଜେଡି

86

ଭୁବନେଶ୍ୱର, ୧୪/୧୧ (ଓଡ଼ିଆ ପୁଅ) : ଆଜିର ସାମ୍ବାଦିକ ସମ୍ମିଳନୀ ବିଜେପି ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ପୋଲିସ ତଦନ୍ତ ବିଷୟରେ ଜ୍ଞାନର କେତେ ଅଭାବ ରହିଛି ତାହାର ମୁଖା ଖୋଲି ଦେଇଛି। ବୋଧହୁଏ ସେ ଜଣେ ପୋଲିସ ଅଫିସର ହେବାକୁ ଚାହୁଁଥିଲେ ଏବଂ ବିଫଳ ହୋଇଛନ୍ତି। ସେ ବର୍ତ୍ତମାନ ସାମ୍ବାଦିକ ସମ୍ମିଳନୀରେ ଜଣେ ପୋଲିସ୍ ଅଫିସରଙ୍କ ଭଳି ଅଭିନୟ କରି ମନଇଚ୍ଛା, ଭିତ୍ତିହୀନ ବିବୃତ୍ତିମାନ ଦେଇ ନିଜ ପିଲାଦିନର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେଡି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଆମେ ଆଉଥରେ ତାଙ୍କୁ ଅନୁରୋଧ କରୁଛୁ ଯେ ଯଦି ତାଙ୍କ ନିକଟରେ ଏହି ଘଟଣାର କୌଣସି ପ୍ରମାଣ ଅଛି, ତେବେ ସେ କୋର୍ଟକୁ ଯାଆନ୍ତୁ ଏବଂ କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ।

କ୍ୟାମେରା ଆଗରେ ମୁହଁ ଦେଖାଇବା ପାଇଁ ବିଜେପି ମୁଖପାତ୍ରମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି ଏବଂ ଶ୍ରୀମତୀ ସାମନ୍ତସିଂହାର ସେମାନଙ୍କ ମଧ୍ୟରୁ ଜଣେ ବୋଲି ବିଜେଡି ମୁଖପାତ୍ର ସୁଶ୍ରୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.