Home କେନ୍ଦୁଝର ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ, ଚାରୋଟି ବାଲିବୋଝେଇ ଗାଡି ଜବଦ

ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ, ଚାରୋଟି ବାଲିବୋଝେଇ ଗାଡି ଜବଦ

95

ହାଟଡିହି- ୧୦ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଚାରୋଟି ବାଲିବୋଝେଇ ହାଇୱା ଜବଦ କରାଯାଇଛି । ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ଓ ହାବଳେଶ୍ୱର ବାଲିଘାଟ ଦୁଇଟିର ଲିଜ ଅବଧି ସରିଯାଇଥିଲେ ମଧ୍ୟ କିଛି ଗ୍ରାମବାସୀ ଏକଯୁଟ ହୋଇ ବାଲିଘାଟକୁ ବେଆଇନି ଭାବେ ଚଲାଉଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପୁଲିସ ଓ ତହସିଲ ପକ୍ଷରୁ ଆଜି ଚଢ଼ାଉ କରାଯାଇଥିଲା । ନନ୍ଦିପଦା ପୁଲିସ ଗତକାଲି ରାତିରେ ଓରାଳି ଛକ ନିକଟରୁ ଦୁଇଟି ହାଇୱା ଜବଦ କରିଥିବାବେଳେ ତହସିଲଦାର ଗାୟତ୍ରୀ ସୋରେନ ଆଜି ଆଉ ଦୁଇଟି ବାଲି ବୋଝେଇ ଗାଡିକୁ ଜବଦ କରିଛନ୍ତି । ଖବରରୁ ଜଣାଯାଇଛି ଯେ ହାବଳେଶ୍ୱର ଓ ଡିମିରିଆ ବାଲିଘାଟ ଦୁଇଟିର ଲିଜ ଅବଧି ସରିଯିବାପରେ ତହସିଲ ପକ୍ଷରୁ ଏହାକୁ ବନ୍ଦ କରାଯିବା ସହିତ ବାଲିଘାଟ ରାସ୍ତାକୁ ଖୋଳି ଦିଆଯାଇ ବନ୍ଦ କରିଦିଆଯାଇଥିଲା । କିନ୍ତୁ କିଛି ଗ୍ରାମବାସୀ ମିଳିତ ହୋଇ ସଙ୍ଗେ ସଙ୍ଗେ ପ୍ରଶାସନ ଖୋଳିଦେଇଥିବା ବାଲିଘାଟ ରାସ୍ତାକୁ ପୁନର୍ବାର ନିର୍ମାଣ କରି ଗତ କିଛିଦିନ ହେଲା ବାଲି ଉତ୍ତୋଳନ କରିଆସୁଥିଲେ । ତହସିଲ କର୍ତ୍ତୁପକ୍ଷ ଓ ପୁଲିସ ସବୁ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିଲେ । ଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଥିଲା । ପ୍ରଶାସନ ପକ୍ଷରୁ କେତେବେଳେ କିପରି ରାସ୍ତା ଉପରୁ ଗୋଟିଏ ଦୁଇଟି ଟ୍ରାକ୍ଟର ଜବଦ କରି ଜୋରିମାନା ଆଦାୟ କରୁଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪ଟି ବାଲିବୋଝେଇ ଗାଡି ଜବଦ କରାଯିବା ପରେ ବାଲିମାଫିଆ ମାନେ ଛାନିଆ ହୋଇ ବାଲିଘାଟକୁ ବନ୍ଦ କରିଦେବା ସହିତ ମେସିନି ଗୁଡିକୁ ଉଠାଇ ଆଣିଛନ୍ତି । ବାଲିଗାଡି ଗୁଡିକ ଥାନା ସମ୍ମୁଖରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.