Home ଜିଲ୍ଲା ପରିକ୍ରମା ପୁର୍ବତନ ସରପଂଚଙ୍କ ଦାଦାଗିରି, ନ୍ୟାୟ ଦେବାକୁ ବିଭିନ୍ନ ମହଲରେ ଦାବି

ପୁର୍ବତନ ସରପଂଚଙ୍କ ଦାଦାଗିରି, ନ୍ୟାୟ ଦେବାକୁ ବିଭିନ୍ନ ମହଲରେ ଦାବି

115

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ଗ୍ରାମ ପଂଚାୟତର ସୁଆଁ ଗ୍ରାମର ଏକ ରୋଗୀଣା ବୃଦ୍ଧ ବରିଷ୍ଠ ବ୍ୟକ୍ତି ମୃତ୍ୟୁଞ୍ଜୟ ପଣ୍ଡା ଙ୍କ ବାସଗୃହକୁ ତାଙ୍କର ସାନଭାଇ ସ୍ୱର୍ଗତଃ ପୀତବାସ ପଣ୍ଡା ଙ୍କ ପୁତ୍ର ତଥା ପୁର୍ବତନ ସରପଂଚ ଗଙ୍ଗାଧର ପଣ୍ଡା ବର୍ଷା ଋତୁରେ ମଧ୍ୟ କରୋନା ସଟଡାଉନ ନିୟମକୁ ଉଲଂଘନ କରି ବେଆଇନ ହିସାବରେ ଘରକୁ ଭାଙ୍ଗି ଦେଇଛନ୍ତି। ଏଥିରେ ମର୍ମାହତ ହୋଇ ମୃତ୍ୟୁଞ୍ଜୟ ପଣ୍ଡା ଙ୍କ ସଂପର୍କୀୟ ସୁଆଁ ଗ୍ରାମର ଜଣେ ବୃଦ୍ଧ ରୋଗୀଣା ବ୍ୟକ୍ତି ଯୁଧିଷ୍ଠିର ମଳିକ ଏପରି ବେଆଇନ ଭାବରେ ଘର ନ ଭାଙ୍ଗିବାକୁ ଗଙ୍ଗାଧର ପଣ୍ଡା ଙ୍କୁ ଅନୁରୋଧ କରିଥିଲେ। ପରେ ଗଙ୍ଗାଧର ପଣ୍ଡା ରାଗିଯାଇ ଯୁଧିଷ୍ଠିର ମଳିକ ଙ୍କୁ ଆକ୍ରମଣ କରିବା ସହ ଛୋଟ ଜାତି କହି ଗାଳିଦେବା ସହ ଛୁରୀ ମଧ୍ୟ ଦେଖାଇଥିଲେ। ଏଭଳି ବିଭିନ୍ନ ଅଭିଯୋଗ ନେଇ ଯୁଧିଷ୍ଠିର ମଳିକ ବାସୁଦେବପୁର ଥାନାରେ ଗତ ଜୁଲାଇ ମାସ ୨୯ ତାରିଖ ଦିନ ଠାରୁ ଅଭିଯୋଗ କରି ପୋଲିସ ଠାରୁ କୈାଣସି ନ୍ୟାୟ ନ ପାଇ ଅସହାୟ ହୋଇ ନ୍ୟାୟ ଅପେକ୍ଷାରେ ଅଛନ୍ତି। ଏଠାରେ ପ୍ରକାଶ ଯେ, ଗଙ୍ଗାଧର ପଣ୍ଡା ପୁର୍ବରୁ ଜନୈକ ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତା ବାବଦକୁ ଅର୍ଥ ଆତ୍ମସାତ କର ଧରାପଡି ସରପଂଚ ପଦବୀରୁ ନିଲମ୍ବିତ ହୋଇଥିଲେ। ଅନ୍ୟ ଘଟଣାରେ ଜଣେ ମହିଳା ସୁଆଁ ଗ୍ରାମର କମଳିନୀ ମୁଦୁଲି ଙ୍କ ଠାରୁ ଆର୍ତୁଂ ସେବା ସମବାୟ ସମିତି ମଧ୍ୟରେ ଟଙ୍କା, ସୁନା, ଚେନ ଛଡାଇବା ସହ ସୁଆଁ ଗ୍ରାମର ଜଣେ ହରିଜନ ମହିଳା ସୁରୁଜୀ ମଳିକଙ୍କ ଠାରୁ ଜମି ବିକିବା ପାଇଁ ଟଙ୍କା ଆଣିସାରି ପରେ ଫାଙ୍କି ଅସ୍ୱୀକାର କରିବା ପରେ ଉକ୍ତ ହରିଜନ ମହିଳାଙ୍କ ପରିବାର ଗଙ୍ଗାଧର ପଣ୍ଡା ଙ୍କ ଘର ଆଗରେ ଅନଶନରେ ବସିବା ସହ ନିଜ ରକ୍ତର ଭାଇକୁ ପୈତୃକ ସମ୍ପତିରୁ ଭାଗ ନଦେଇ ଜବରଦଖଲ କରି ନିଜ ମନଇଛାରେ ଜମି ବିକ୍ରୀ କରିବା ଭଳି ଇତ୍ୟାଦି ବିଭିନ୍ନ ମାମଲା ଥାନା, କୋର୍ଟ ପର୍ଯ୍ୟନ୍ତ ଯାଇଅଛି। ଏପରିକି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ରହି ମଧ୍ୟ ଅନ୍ୟ ରାଜନୈତିକ ଦଳ ମଧ୍ୟରେ ଭିତିରି ସଲାସୁତରା ସଂପର୍କ ରଖିବା ଦ୍ୱାରା ଉକ୍ତ ଦଳରୁ ନିଲମ୍ବିତ ହୋଇଥିଲେ। ଯାହାକି ପୁର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଅଛି। ଗଙ୍ଗାଧର ପଣ୍ଡା ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୋଲିସ ସଂପୁର୍ଣ୍ଣ ନିଷ୍କ୍ରୀୟ ହୋଇ ପକ୍ଷପାତିତା କରି ଓଲଟା ରୋଗୀଣା ବୃଦ୍ଧ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପରିବାର ଓ ସଂପର୍କୀୟ ମାନଙ୍କୁ ମିଥ୍ୟା କେଶରେ ଫସାଇବା ପାଇଁ ଯୋଜନା କରିବା ବାହାରୁ ଶୁଣିବାକୁ ମିଳୁଛି। ଏବାବଦରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଅନ୍ୟ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ନ୍ୟାୟ ନ ପାଇବାରୁ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ସହ ମୃତ୍ୟୁଞ୍ଜୟ ପଣ୍ଡା ଙ୍କ ପରିବାରକୁ ନ୍ୟାୟ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.