Home ଜିଲ୍ଲା ପରିକ୍ରମା ପୁରୋହିତ ଧର୍ମାଗତ ପାଣୀଙ୍କ ପରଲୋକ

ପୁରୋହିତ ଧର୍ମାଗତ ପାଣୀଙ୍କ ପରଲୋକ

19

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ବଡମହିଷଗୋଠ ପଂଚାୟତ ନରାଜପୁର ଗ୍ରାମର ପୁରୋହିତ ଧର୍ମାଗତ ପାଣି(୯୭)ଙ୍କ ପରଲୋକ ଘଟିଛି । ଶାରିରୀକ ଅସୁସ୍ଥତା ଯୋଗୁ ଘରୋଇ ଚିକିତ୍ସାରେ ଥିବା ବେଳେ ସେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ପରିବାର ବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁଖବର ପ୍ରଚାରିତ ହେବା ପରେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଞ୍ଚ ପ୍ରତିନିଧି ଦୀପକ ମହାନ୍ତି ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ, ମଦନ କଟୁଆଳ,ଅଶୋକ ପରିଡା ପ୍ରମୁଖ ବାସଭବନରେ ପହଂଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ । ବଡପୁଅ ଅମରେନ୍ଦ୍ର ପାଣି ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ଧର୍ମାଗତ ପୁରୋହିତ ଭାବେ ସଂପୃକ୍ତ ଅଂଚଳରେ ବେଶ୍ ଜନାଦୃତ ଥିବା ବେଳେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.