Home କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ବିଦ୍ୟୁତ ସବଷ୍ଟେସନରେ କର୍ମଚାରୀଙ୍କ ଅବହେଳା ଅଭିଯୋଗ

ପୁରୁଣା ବସଷ୍ଟାଣ୍ଡ ବିଦ୍ୟୁତ ସବଷ୍ଟେସନରେ କର୍ମଚାରୀଙ୍କ ଅବହେଳା ଅଭିଯୋଗ

36

କେନ୍ଦ୍ରାପଡା, ୨୭ା୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ଥିବା ବିଦ୍ୟୁତ ସବଷ୍ଟେସନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଗୁରୁତ୍ତର ଅବହେଳା ସମ୍ପର୍କରେ ସ୍ଥାନୀୟ ବଜାର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗତ କିଛିଦିନ ହେବ ପୁରୁଣା ବସଷ୍ଟାଣ୍ଡରେ ଥିବା ବିଦ୍ୟୁତ ସବଷ୍ଟେସନରେ କୈାଣସି ବିଦ୍ୟୁତ କର୍ମଚାରୀ ରହୁନଥିବା ବେଳେ ଜରୁରୀ ଆବଶ୍ୟକତା ସମୟରେ ବିଦ୍ୟୁତ ଉପଭୋକ୍ତାମାନେ ଖୋଜିଲେ ସେଠାରେ ଜଣେବି କର୍ମଚାରୀଙ୍କୁ ପାଉନଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ସମ୍ପର୍କୀୟ ସହାୟତା ପାଇବା ନିମନ୍ତେ ଏଭଳିକି ରାତିରେ ମଧ୍ୟ ସେଠାରେ କୈାଣସି ବିଦ୍ୟୁତ କର୍ମଚାରୀଙ୍କୁ ପାଇବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଫଳରେ ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଦାୟୀତ୍ୱରେ ଅବହେଳା କରୁଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜାର କମିଟି ପକ୍ଷରୁ ମୀର ଆବୁ ଓବେଦା, ହିବଜୁର ରହେମାନ, ଟିକା ଖାଁ, ମୀର ୟାସିର ଆରାଫତ, ମହମ୍ମଦ ଆଝାରୁଦ୍ଦିନ, ସେକ ଇଜାଜ ଅଲ୍ଲୀ, ସେକ ରଫିକ, ମହମ୍ମଦ ଇମ୍ରାନ, ସେକ ତାଲିବ, ସେକ ସାଜିଦ, ମହମ୍ମଦ ମୋଜାମିଲ, ମୀର ସଦାମ ହୋସେନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.