Home ଜିଲ୍ଲା ପରିକ୍ରମା ପୁରୁଣାବଜାର ହନିଫ କ୍ଲବ୍‌ରେ ଇଫତାର ପାର୍ଟି

ପୁରୁଣାବଜାର ହନିଫ କ୍ଲବ୍‌ରେ ଇଫତାର ପାର୍ଟି

12

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ଅଧୀନସ୍ଥ ପୁରୁଣାବଜାର ହନିଫ କ୍ଲବ୍‌ରେ ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଓ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବଙ୍କ ପକ୍ଷରୁ ଏକ ଇଫତାର ପାର୍ଟି ଓ ଭଦ୍ରକ ପୌରପାଳିକାର ୩ ବର୍ଷ ପୂର୍ତି ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରାକ୍ତନ ମନ୍ତ୍ରୀ ସଂଜୟ ଦାଶବର୍ମା, ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା, କଂଟାବାଜିର ପ୍ରାକ୍ତନ ବିଧାୟକ ମହମ୍ମଦ ହାଜି ଆୟୁବ ଖାଁ, ରାଜ୍ୟସଭା ସାଂସଦ ନୁଜିବୁଲା ଖାଁ (ମୁନ୍ନା), ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଭାପତି ଅକ୍ଷୟ କୁମାର, ରାଜ୍ୟ ସଭାପତି ମହମ୍ମଦ ମନୱର ଅଲ୍ଲୀ, ପ୍ରାକ୍ତନ ସାଂସଦ ମଂଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ପ୍ରାକ୍ତନ ଜିଲା ପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବାବା ବୁଢା ଗଣେଶ କମିଟି ସଭାପତି ସିଦ୍ଧେଶ୍ୱର ସାହୁ, ଆଇନ୍‌ଜୀବୀ ପବନ ଶର୍ମା, ରାଧା ଦାସ, ଡାକ୍ତର ସଂଜୟ ଦାସ, ଆୟୁବ ଅଲ୍ଲୀ ଖାଁ, ଯୁବନେତା ଜାହିଦ ହବିବ, ବରିଷ୍ଠ କାଉନ୍‌ସିଲର ଦିଲ୍ଲୀପ ନାୟକ, ଯୁବନେତା ପଙ୍କଜ ବଳ, ନାସିରୁଦ୍ଦିନ୍ ଖାନ୍‌ଙ୍କ ସମେତ ଉଭୟ ସଂପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଇଫତାର ପାର୍ଟିରେ ଭଦ୍ରକ ପୌରପାଳିକାର ୩ ବର୍ଷ ପୂର୍ତି ଅବସରରେ ଏକ କେକ୍ କଟାଯାଇଥିଲା। ଅନୁରୂପ ଭଦ୍ରକ ମୁସଲିମ୍ ଜମାତର ସଭାପତି ତଥା ସଦଭାବନା ପାଇଁ ରାଷ୍ଟ୍ରପ୍ରତି ପୁରଷ୍କୃତ ହାଜି ମହମ୍ମଦ ଅବଦୁଲ ବାରି ଓ ସ୍ୱାଧୀନତା ସଂଗ୍ରାମୀ ହନିଫ ବାବୁଙ୍କ କବରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ଇଫତାର ପାର୍ଟିରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ, ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ, ଅତିରିକ୍ତ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ ବହୁ ସଂଖ୍ୟକ ମୁସଲମାନ ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.