Home ଜିଲ୍ଲା ପରିକ୍ରମା ପୁରୁଣାବଜାର ବରିଷ୍ଠ ନାଗରିକ ସଂଘ ବାର୍ଷିକ ଉତ୍ସବ

ପୁରୁଣାବଜାର ବରିଷ୍ଠ ନାଗରିକ ସଂଘ ବାର୍ଷିକ ଉତ୍ସବ

8

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରାୟ ୭୦/୮୦ଜଣ ପଞ୍ଜିକୃତ ସଦସ୍ୟ ଉପସ୍ଥିତ ଥିଲେ । ସଂଘର ସଭାପତି ଡାକ୍ତର ହକିମୁଦ୍ଦିନ ଖାଁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରାମଚନ୍ଦ୍ର କର ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ସମ୍ମାନନୀୟ ଅତିଥି ଭାବେ ପୁରଣାବଜାର ଥାନା ଅଧିକାରୀ ନୀରୋଜ କୁମାର ସାମଲ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ମହାସଂଘ ସମ୍ପାଦକ କୈଳାସ ଚନ୍ଦ୍ର ସେନାପତି ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଓ ସୁଖ ଦୁଃଖରେ ସହଭାଗିତା ରହି ପାରିବା ପାଇଁ ଏହିଭଳି ସଂଘର ଆବଶ୍ୟକତା ଯଥେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷ ଅତିଥି ଭାବେ ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ରଂଜିତ୍ ଖଟୁଆ ଯୋଗ ଦେଇ ମଧୁମେହ ରୋଗ ଓ ବାର୍ଦ୍ଧକ୍ୟରେ ଏହାର ପ୍ରଭାବ, ପ୍ରତିକାର ଆଦି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସଂଘର ଉପଦେଷ୍ଟା ସୁଧାକର ରାଉତଙ୍କ ଜ୍ୟେଷ୍ଠପୁତ୍ର ସ୍ୱର୍ଗତ ସପନ କୁମାର ରାଉତଙ୍କ ସ୍ୱର୍ଗବାସ ଜନିତ ନୀରବ ପ୍ରାର୍ଥନା କରାଯାଇ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଏହି ଅବସରରେ ସଂଘର ସଦସ୍ୟମାନଙ୍କୁ ଥାନା ପକ୍ଷରୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ପୁଲିସ ପକ୍ଷରୁ ବରିଷ୍ଠଙ୍କୁ କି ପ୍ରକାର ସହଯୋଗ କରାଯାଇ ପାରିବ ସେ ସମ୍ପର୍କରେ ମୁଖ୍ୟ ଅତିଥି ବିସ୍ତୃତ ଭାବେ କହିଥିଲେ । ଉତ୍ସବରେ ଉପଦେଷ୍ଟା ସୁଧାକର ରାଉତ, ସେକ୍ ମହମ୍ମଦ ଫାରୁକ୍‌, ଅବଦୁଲ ମୁକିତ୍ ଖାଁ, କୋଷାଧ୍ୟକ୍ଷ ବିଜୟ କୁମାର ଘଡ଼େଇ, କାର୍ଯ୍ୟକର୍ତ୍ତା ହିଫଜୁର ରହେମାନ୍ ଖାଁ, ଲକ୍ଷ୍ମୀକାନ୍ତ ବାରିକ, ସେକ୍ ଅବଦୁଲ୍ ଦୟାନ ପ୍ରମୁଖ ସଭା ପରିଚାଳନା କରିଥିଲେ । ଶେଷରେ ଉପଦେଷ୍ଟା ସେକ୍ ଅଜୁଅର୍ ହୋସେନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.