Home ଜିଲ୍ଲା ପରିକ୍ରମା ପୁରୁଣାବଜାର ଥାନା ଅଂଚଳ ପାଲଟିଛି ନକଲି ଜର୍ଦ୍ଦାର ଭୂସ୍ୱର୍ଗ, ୩ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା...

ପୁରୁଣାବଜାର ଥାନା ଅଂଚଳ ପାଲଟିଛି ନକଲି ଜର୍ଦ୍ଦାର ଭୂସ୍ୱର୍ଗ, ୩ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଓ ମେସିନ୍ ଜବତ

11

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ପୁରୁଣାବଜାର ଥାନା ଅଂଚଳ ଦୀର୍ଘବର୍ଷ ହେବ ବିଭିନ୍ନ ନାମୀଦାମୀ କଂପାନୀ ନକଲି ଜର୍ଦାର ଭୂସ୍ୱର୍ଗ ପାଲଟିଛି। ଏହାକୁ ରୋକିବା ଦିଗରେ ଜିଲା ପୁଲିସ୍ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ଗୁଇନ୍ଦା ବିଭାଗ ପର୍ଯ୍ୟନ୍ତ ବିଗତ ୧୦ ବର୍ଷରେ ଯେତେଥର ଚଢାଉ କଲେବି ଏହାର ଅନ୍ତଃ ଘଟୁନାହିଁ। ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନର ଆଖିଦୃଶିଆ ଚଢାଉର ଅଭାବ ଏହାକୁ ରୋକାଯିବା ପରିବର୍ତେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ନକଲି ଜର୍ଦ୍ଦା କଂପାନୀର ମାଫିଆମାନେ ବିଭିନ୍ନ ମୂଲ୍ୟବାନ ଯନ୍ତ୍ରପାତି ବସାଇ ନାମୀଦାମୀ କଂପାନୀର ନକଲି ଜର୍ଦ୍ଦାକୁ ପ୍ୟାକିଂ କରି କେବଳ ଭଦ୍ରକ ଜିଲା ନୁହେଁ ରାଜ୍ୟର ବିଭିନ୍ନ ଅଂଚଳକୁ ପଠାଉଛନ୍ତି। ଏହିଭଳି ଗତକାଲି ରାତିରେ ଉପରୋକ୍ତ ଥାନା ଅଧୀନସ୍ଥ ୨୧ନଂ ୱାର୍ଡର ହେଲାସାହି ଗ୍ରାମରୁ ପୁରୁଣାବଜାର ଥାନା ପୁଲିସ୍ ବିପୁଳ ପରିମାଣର ନକଲି ଜର୍ଦା, ମେସିନ୍ ଓ ନକଲି ସ୍ପିରିଟ୍ ସହ ଗୋପାଳ ଜର୍ଦାର ଡବାକୁ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଭଦ୍ରକ ପୁରୁଣା ବଜାର ଥାନା ଅଧିକାରୀ ନିରୋଜ କୁମାର ସାମଲ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ସୂଚନା ମୂଳେ କୌଣସି ସୂତ୍ରରୁ ଖବର ପାଇ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ହେଲାସାହିର ୨ଟି ଘର ଉପରେ ଚଢାଉ କରିଥିଲା। ତେବେ ବିପୁଳ ପରିମାଣର ସାମଗ୍ରୀ ଓ ମେସିନ୍ ଜବତ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି। ଯାହାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.