Home ଜିଲ୍ଲା ପରିକ୍ରମା ପୁରୁଣାବଜାର ଥାନା ଅଂଚଳରୁ ୨ଟି ନକଲି ଜର୍ଦ୍ଦା କାରଖାନା ଠାବ,୪ କୋର୍ଟ ଚାଲାଣ

ପୁରୁଣାବଜାର ଥାନା ଅଂଚଳରୁ ୨ଟି ନକଲି ଜର୍ଦ୍ଦା କାରଖାନା ଠାବ,୪ କୋର୍ଟ ଚାଲାଣ

9

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ସ୍ଥାନୀୟ ପୁଲିସ୍ ଚଢାଉ କରି ଦୁଇଟି ସ୍ଥାନରେ ତିଆରି ହେଉଥିବା ନକଲି ଜର୍ଦ୍ଦା କାରଖାନା ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୁରୁଣାବଜାର ଥାନାର ଏସଆଇ ସିଦ୍ଧେଶ୍ୱର ବିଶୋଇଙ୍କ ନେତୃତ୍ୱରେ ହେଲାସାହିର ସେକ୍ ଖଲିକ ତାଙ୍କର ସହଯୋଗୀ ବାବୁ ଓରଫ ମିର୍ଜା ସଇଦ କାଦ୍ରୀଙ୍କ ସହିତ ମିଶି ଉକ୍ତ ନକଲି ଜର୍ଦ୍ଦା କାରଖାନାରେ ବିଭିନ୍ନ ନାମୀଦାମୀ କଂପାନୀର ଜର୍ଦ୍ଦା ତିଆରି କରି ଚୋରା ଚାଲାଣ କରିଆସୁଥିଲେ। ସେହିଭଳି ଏସଆଇ ଦୀପ୍ତିରେଖା ସ୍ୱାଇଁ ସେହି ହେଲାସାହିର ବଂଟି ଓରଫ ସେକ୍ ତାୱିଜ୍ ନିଜର ସହଯୋଗୀ ସେକ୍ ଭୋଲା ସହ ମିଶି ସେହିଭଳି ନକଲି ଜର୍ଦ୍ଦା କାରଖାନାରେ ବେଆଇନ୍ ଜର୍ଦ୍ଦା ପ୍ୟାକେଟ୍ ଓ ଗୋପାଳ ଶିବଦାତା ଓ ସୁରଭି ଭଳି ନାମୀଦାମୀ କଂପାନୀର ଟିଣ ଓ ପ୍ୟାକେଟ୍ ନିର୍ମାଣ କରିଆସୁଥିଲେ। ପୁଲିସ୍ ସେମାନଙ୍କ ନିକଟରୁ ୨୮ କେଜି ଡ୍ୟୁପ୍ଲିକେଟ୍ ଜର୍ଦ୍ଦା ସହ ଗୋଟିଏ ସିଲିଂ ଓ ପ୍ୟାକିଂ ମେସିନ୍ ଜବତ କରି ଥାନା କେଶ୍ ନଂ ୧୪୭/୨୫ ଓ କେଶ୍ ନଂ ୧୪୮/୨୫ ମୂଳେ ୨ଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.