Home ଓଡ଼ିଶା ପୁରୀ ସହରରେ ଅନଲାଇନ ମଦ ଯୋଗାଣ ନିଷ୍ପତି ହୋଇଥିଲେ ମଧ୍ୟ ତାହା ଆଶା ଆଶଙ୍କାରେ ରହିଛି

ପୁରୀ ସହରରେ ଅନଲାଇନ ମଦ ଯୋଗାଣ ନିଷ୍ପତି ହୋଇଥିଲେ ମଧ୍ୟ ତାହା ଆଶା ଆଶଙ୍କାରେ ରହିଛି

224

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ପୁରୀ ସହରରେ ଅନଲାଇନ ରେ ବିଦେଶୀ ମଦ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ର ବିଜ୍ଞପ୍ତି ପ୍ରକାଶ ପାଇବା ସହ କେଉଁ କେଉଁ ଦୋକାନ ଓ ଯୋମାଟୋ ସଂସ୍ଥା ଅନଲାଇନ ରେ ମଦ ଯୋଗାଇଦେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ସହରରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ସାମାଜିକ ଦୂରତା ରଖି ଗ୍ରାହକ ମାନଙ୍କୁ ତାଙ୍କ ଦୋକାନ ପାଖରେ ମଦ ଦେବା ପାଇଁ ଦୋକାନ ଗୁଡିକ ସମ୍ମୁଖରେ ବ୍ୟାରିକେଡ ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁମାନେ ଅନଲାଇନ ରେ ସେମାନଙ୍କର ଆଧାରକାର୍ଡ ସହ ପଞିକରଣ କରି ମଦ ଅର୍ଡର ଦେବେ ସେମାନଙ୍କୁ ଅଫସପ ସମ୍ମୁଖରେ ପଞିକୃତ ହୋଇଥିବା ଲୋକମାନଙ୍କୁ ମଦ ଯୋଗାଇଦେବା ନିଷ୍ପତି ହୋଇଥିଲା। ଆଜି ଅପରାହ୍ନ ସୁଧା ସହରରେ ଥିବା କୌଣସି ବିଦେଶୀ ମଦ ଦୋକାନ କିମ୍ବା ଅନଲାଇନ ରେ ଯୋଗାଇଦେବା ସଂସ୍ଥା ଅର୍ଡର ରଖିନଥିବା ଶୁଣାଯାଏ। ଜିଲା ପ୍ରଶାସନ ର ନିଷ୍ପତି ପରେ ଯେଉଁ ନିର୍ଦେଶ ଆସିବ ତାହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.