Home ଜିଲ୍ଲା ପରିକ୍ରମା ପୁରୀ ରଥଯାତ୍ରାରେ ଗୋପବନ୍ଧୁ ସେବକ ସେନା ପକ୍ଷରୁ ସେବା କାର୍ଯ୍ୟ

ପୁରୀ ରଥଯାତ୍ରାରେ ଗୋପବନ୍ଧୁ ସେବକ ସେନା ପକ୍ଷରୁ ସେବା କାର୍ଯ୍ୟ

12

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପନ୍ଧୁ ସେବକ ସେନା ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିସ୍କୁଲ ଓ ଜଳ ପ୍ରଦାନ କରିବା ସହ ଜଳସିଂଚନ ଓ ବିଂଚଣା ସେବା କରି ତିହିଡ଼ି ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ସେନାର କର୍ମକର୍ତାମାନେ ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକ ସ୍ଥିତ ଛତା ମଠ ନିକଟରେ ଦିବସ ବ୍ୟାପି ଏହି ସେବା ଯୋଗାଇ ଦେଇଥିଲେ। ସୂଚନା ଯୋଗ୍ୟ, ଗୁରୁବାର ଦିନ ସେନାର କର୍ମକର୍ତା ଓ ସଭ୍ୟମାନେ ପୁରୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେନାର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ଅଭିରାମ ଦାସ, ସମ୍ପାଦକ ଅଶୋକ କୁମାର ନାୟକ, ସହସମ୍ପାଦକ ବୀରେନ ସେନାପତି, କୋଷାଧ୍ୟକ୍ଷ ସେକ୍ ଲିଆକତ, ସଦସ୍ୟ ସତ୍ୟରଂଜନ ନାୟକ, ବାବୁରାମ ଗାରିଡ଼ି, ଧନେଶ୍ୱର ପଣ୍ଡା, ହରିହର ମଲିକ, ତ୍ରିଲୋଚନ ସାହୁ, କାହ୍ନ ଚରଣ ନାୟକ, କପିଳ ମଲ୍ଲିକ, ଉପଦେଷଷ୍ଟା ରାମଚନ୍ଦ୍ର ନାୟକ, ବସନ୍ତ ଦାସ, କ୍ଷୀରୋଦ ଦାସ, ଅଭୟ ନାୟକ, ମଧୁସୂଦନ ପାଢ଼ୀ ପ୍ରମୁଖ ବଡ଼ଦାଣ୍ଡରେ ଏହି ସବା କାର୍ଯ୍ୟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.