Home Top News ପୁରୀ ମଙ୍ଗଳା ନଦୀ ମୁହାଣ ନିକଟରେ ହଜାର ହଜାର ମାଛ ମଢ଼କ

ପୁରୀ ମଙ୍ଗଳା ନଦୀ ମୁହାଣ ନିକଟରେ ହଜାର ହଜାର ମାଛ ମଢ଼କ

15

ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ମଙ୍ଗଳା ନଦୀ ମୁହାଣ ନିକଟରେ ହଜାର ହଜାର ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମୁହାଣରେ ଏପରି ମାଛ ମାରିଥିବା ନେଇ କାରଣ ଜଣା ପଡ଼ିନଥିବା ବେଳେ ପାଣି ଦୂଷିତ କାରଣରୁ ଏପରି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ପୁରୀ ସହରର ନର୍ଦମା ଜଳ ମଙ୍ଗଳା ନଈରେ ମିଶୁଥିବା ହେତୁ ନଦୀର ଜଳ ବିଷାକ୍ତ ହୋଇ ଯାଇ ଥିବା ଲୋକ ମାନେ କହିଛନ୍ତି। ଅଧିକାଂଶ ମାଛ ମେଞ୍ଜିଆ, ପଥରମୁଣ୍ଡି ମାଛ ରହିଥିବା ବେଳେ ଅନ୍ୟାନ୍ୟ ଛୋଟ ବଡ଼ ମାଛ ମଧ୍ୟ ଦେଖିବାକୁ ମିଳିଛି। ତେବେ ମାଛ ମରି ଗନ୍ଧ ହେଉଥିବାରୁ ମୁହାଣ ନିକଟ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ତୁରନ୍ତ ଜିଲା ପ୍ରଶାସନ ଘଟଣା ସ୍ଥଳ ପରିଦର୍ଶନ କରି ମାଛ ମଢ଼କର କାରଣ ନେଇ ଅନୁସନ୍ଧାନ ପାଇଁ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.