Home ଅପରାଧ ପୁରୀ: ବ୍ରାଉନ ସୁଗାର ଜବତ, ୧ ଗିରଫ, ଜାମିନ ନାମଞ୍ଜୁର

ପୁରୀ: ବ୍ରାଉନ ସୁଗାର ଜବତ, ୧ ଗିରଫ, ଜାମିନ ନାମଞ୍ଜୁର

30

ପୁରୀ ୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ମେରାଇନ ଥାନା ଅଧୀନ, ହୋଟେଲ ତୋଷାଳୀ ସମ୍ମୁଖ ରାସ୍ତାରେ ଚଢ଼ାଉ କରି ମନୋଜ ବେହେରା, ବୟସ -୨୬ ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ଜବତ କରିଛନ୍ତି ଏବଂ ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୨/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭, ୦୦, ୦୦୦/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ଉପନୀରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ବିନୋଦ କୁମାର ବାସ୍କେ, ନାରାୟଣ ବେହେରା, ସ୍ୱଂପ୍ରଜ୍ଞା ଶୁଭଦର୍ଶିନୀ, ASI ସନ୍ତୋଷ କୁମାର ନାୟକ, ପୁନଚନ୍ଦ୍ର ନାୟକ, ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ, ରୀତାରାଣୀ ସେଠୀ, ଏସ କେ ୱାରିସ, ଅଭିଜିତ ପ୍ରଧାନ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.