Home ଓଡ଼ିଶା ପୁରୀ : ବ୍ରାଉନ ସୁଗାର ଜବତ ଜଣେ ଗିରଫ

ପୁରୀ : ବ୍ରାଉନ ସୁଗାର ଜବତ ଜଣେ ଗିରଫ

18

ପୁରୀ ୩-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପ-ନିରିକ୍ଷକ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବାସେଳୀ ସାହି ଥାନା ଅଧୀନରେ ଥିବା ଶଙ୍କରପୁର ଛକ ଠାରେ ଚଢ଼ାଉକରି ସନ୍ତୋଷ ନାୟକ, ବୟସ -୩୯ ବର୍ଷଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ୬୦(ଷାଠିଏ) ଗ୍ରାମ ବ୍ରାଉନ ସୁଗାର(ହିରୋଇନ) ଜବତ କରାଯାଇଛି। ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ -୧୭୨/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬, ୦୦, ୦୦୦/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ, ASI ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ସଂଜୀପ ହସ୍ତୀ, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ। ମୋବାଇଲ ସ୍କ୍ୱାର୍ଡ଼ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଏହି ଚଢ଼ାଉ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.