Home ଜିଲ୍ଲା ପରିକ୍ରମା ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

29

ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ World Schizophrenia Day ଉପଲକ୍ଷେ ପୁରୀ ବାଲିଆପଣ୍ଡା ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।

ଏ ବର୍ଷ ର ଥିମ କୁ ଆଧାର କରି ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ସେ ଏଥିରେ ଜଣେ ମାନସିକ ରୋଗୀ ର ଚିନ୍ତା ଧାରା କୁ ଆଧାର କରି ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। କେତେବେଳେ ରାଗ ର ମୁହୂର୍ତ୍ତ ତ, କେତେବେଳେ ହସୁଥିବାର ଦୃଶ୍ୟ କେତେବେଳେ ଚିଡୁ ଥିବାର ଦୃଶ୍ୟ ତ କେତେବେଳେ କାନ୍ଦୁଥିବାର ଦୃଶ୍ୟ। ଅତି ସୁନ୍ଦର ଭାବରେ ବାଲୁକା କଳା ରେ ଦର୍ଶାଇଛନ୍ତି ମାନସ ସାହୁ।

ଏବଂ ଏଥିରେ ଲୋକମାନ ଙ୍କୁ ସଚେତନ କରାଇଛନ୍ତି ମାନସିକ ରୋଗୀ ମଧ୍ୟ ଠିକ ହୋଇପାରିବେ। ଯଦି ପରିବାର ଲୋକ ଠିକ ସମୟ ରେ ଧର୍ଯ୍ୟ ର ସହ ଚିକିତ୍ସା କରାନ୍ତି ତାହେଲେ ରୋଗୀ ଭଲ ହୋଇପାରିବ।

ଏହି ବାଲୁକା କଳାଟି ୧୫ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି। ଏଥିରେ ସେ “Connecting with Hope” ଏବଂ World Schizophrenia ଡେ ର ବାର୍ତ୍ତା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.