Home ଓଡ଼ିଶା ପୁରୀ ପୌରାଚଂଳର କେଉଁ ୱାର୍ଡ଼ରୁ କେତେ ଆକ୍ରାନ୍ତ ଜାଣନ୍ତୁ

ପୁରୀ ପୌରାଚଂଳର କେଉଁ ୱାର୍ଡ଼ରୁ କେତେ ଆକ୍ରାନ୍ତ ଜାଣନ୍ତୁ

434

ପୁରୀ ୨୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ମଙ୍ଗଳବାରଦିନ ପୁରୀ ପୌରାଚଂଳରେ ୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ନଂ ୱାର୍ଡ ରୁ ୧ ୫ ନଂ ରୁ ୩ ୬ ନଂ ରୁ ଏକ ୧୨ ନଂ ରୁ ୧, ୧୯ ନଂ ୧, ୨୧ ନଂ ୨, ୨୨ ରୁ ୧, ୨୮ ରୁ ୧, ୨୯ ରୁ ୧, ୩୧ ଓ ୩୨ ରୁ ୧ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣଙ୍କ ମଧ୍ୟରୁ କଣ୍ଟାକ୍ଟ କୋଭିଡ୍ ଆକ୍ରାନ୍ତ ସହିତ ୮, ଲୋକାଲ୍ କଣ୍ଟାକ୍ସ ସଂଙ୍କ୍ରମିତ ୮ ଜଣ ଚିହ୍ନଟ ହୋଇଛନ୍ତି। ସହରରେ ବର୍ତ୍ତମାନ ବିଭିନ୍ନ ୱାର୍ଡରେ କୋଭିଡ୍ ସଂଙ୍କ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସେହିସବୁ ଅଚଂଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଉଛି। ବର୍ତ୍ତମାନ ପୁରୀ ସହରରେ ଲକ୍ଡାଉନ୍ ସମୟ ରାତି ୯ ପର୍ଯ୍ୟନ୍ତ ରହିଥିବା ବଳେ ସହରରେ ଥିବା ବିଭିନ୍ନ ଗଳିକନ୍ଦି ଓ ବିଭିନ୍ନ ଫାଷ୍ଟ ଫୁଡ୍ ଦୋକାନ ଗୁଡିକରେ ସାମାଜିକ ଦୂରତା ରହୁନଥିବା ଦେଖାଯାଏ। ସେହିପରି ସହରରେ ବିଭିନ୍ନ ପ୍ରକାର ଦୋକାନ ଗୁଡିକରେ ମଧ୍ୟ ସାମାଜିକ ଦୂରତା ରହୁନଥିବା ଅଭିଯୋଗ ହୋଇଛି।ପୂର୍ବରୁ ପୋଲିସ୍ ପକ୍ଷରୁ ଯେପରି ଲୋକମାନଙ୍କ ସଚେତନତା କରାଇବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଥିଲା। ଏବେ ସେହିପରି ତତ୍ପରତା ଦେଖାଯାଉନଥିବା ମଧ୍ୟ ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.