Home Top News ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ପତ୍ର ଯାଞ୍ଚ, ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ, ବିଜେଡି...

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ପତ୍ର ଯାଞ୍ଚ, ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ, ବିଜେଡି ଓ ବିଜେପି ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇଥିବା କଂଗ୍ରେସର ଅଭିଯୋଗ

99

ପୁରୀ, ୨୨।୦୧ (ଓଡ଼ିଆ ପୁଅ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ୩୦ ନମ୍ୱର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ସେହିପରି ପୁରୀ ସଦର ୨୬ ନମ୍ୱର ଜିଲ୍ଲା ପରିଷଦ ଜୋନ୍ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇଥିବା କଂଗ୍ରେସ ଅଭିଯୋଗ ଆଣିଛି। ଏ ନେଇ ଉପଜିଲ୍ଲାପାଳ ନିକଟରେ ଅଭିଯୋଗ କରାଯିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହିଛି କଂଗ୍ରେସ। ସେହିପରି କଣାସ ଜିଲ୍ଲା ପରିଷଦ ୫ ନମ୍ବର ଜୋନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରସନ୍ନ ପାଇକ ରାୟଙ୍କ ଦଳୀୟ ଟିକେଟ ଗ୍ରହଣ କରାଯାଇନାହିଁ। ସେ ନିର୍ଦ୍ଧାରିତ ସମୟ ଠାର ବିଳମ୍ବରେ ଟିକେଟ ଦେଇଥିବାରୁ ତାହା ଗ୍ରହଣ କରାଯାଇନାହିଁ। ନିୟମ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ୩ଟା ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ଟିକେଟ ଗ୍ରହଣ କରାଯାଇପାରିବ। ଉପଜିଲ୍ଲାପାଳ ଏହା ଶୁଣିନଥିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଗତକାଲି ସୁଦ୍ଧା ପୁରୀ ଜିଲ୍ଲାର ୩୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ୧୬୪ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜମିବ ନିର୍ବାଚନ ପ୍ରଚାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.