Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଶରତ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର...

ପୁରୀ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଶରତ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

44

ଭୁବନେଶ୍ୱର, ତା-୨୯/୧୦(ଓଡ଼ିଆ ପୁଅ): ପୁରୀ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଶରତ ମିଶ୍ରଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ମିଶ୍ର ଦଳର ଜଣେ ଦକ୍ଷ ସଙ୍ଗଠକ ଏବଂ ଉତ୍ସର୍ଗୀକୃତ ସକ୍ରିୟ କାର୍ଯ୍ୟକର୍ତା ଭାବେ ବେଶ ଜଣାଶୁଣା ଥିଲେ। ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ପୁରୀ ଜିଲ୍ଲାର ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଅନେକ ଭୂମିକା ରହିଛି। ତାଙ୍କ ବିୟୋଗ ଓଡିଶା ରାଜନୀତି ଏବଂ ବିଶେଷ କରି ବିଜେପି ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.