Home ଓଡ଼ିଶା ପୁରୀ ଜିଲ୍ଲାରେ ୧୨ ରୁ ୧୭ ଯାଏଁ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପୁରୀ ଜିଲ୍ଲାରେ ୧୨ ରୁ ୧୭ ଯାଏଁ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

29

ପୁରୀ ୧୧-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୧୭ ବର୍ଷରୁ କମ ବାଳିକା ଫୁଟବଲ ବିଶ୍ୱ କପ୍ କଳିଙ୍ଗ ଷ୍ଟାଡିୟମ୍ ରେ ଖେଳାଯିବ। ଓଡ଼ିଶାରେ ଫୁଟବଲ ଖେଳର ଲୋକ ପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏହି ବିଶ୍ୱକପ୍ ଆୟୋଜନ ଦାୟିତ୍ଵ ନେଇଛନ୍ତି। ତେବେ ଓଡ଼ିଶାରୁ ଭଲ ଫୁଟ୍ ବଲ ଖେଳାଳି ବାହାର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ସ୍କୁଲ୍ ସ୍ତରରେ ଆରମ୍ଭ ହୋଇଛି ଅଭିଯାନ। ପ୍ରତି ଜିଲାରେ ଆନ୍ତ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ୧୨ ତାରିଖ ରୁ ୧୭ ତାରିଖ ଯାଏଁ ଆନ୍ତ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହା ୬ ଦିନ ଧରି ଆୟୋଜନ ହେବ। ୧୭ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟ ହେବ। କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବେ। ପୁରୀ ଜିଲ୍ଲାର ସମୁଦାୟ ୧୧ ଟି ବ୍ଳକ ଓ ପୁରୀ ମୁନସୀପାଲଟିରୁ ଗୋଟିଏ ଟିମ୍ କୁ ମିଶାଇ ୧୨ ଗୋଟି ୧୭ ବର୍ଷରୁ କମ ବାଳକ ବର୍ଗ ର ଟିମ୍ ଓ ୬ ଟି ବାଳିକା ବର୍ଗ ଟିମ୍ କୁ ମିଶାଇ ମୋଟ୍ ୧୮ ଟି ଟିମକୁ ନେଇ ପ୍ରତିଯୋଗିତା ହେବ। ୧୨ ତାରିଖ ବୁଧବାର ଦିନ ୨ଟା ୩୦ ରେ କ୍ରୀଡ଼ା ମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ। ସ୍କୁଲ୍ ସ୍ତରରୁ ପିଲାଙ୍କୁ କ୍ରୀଡାରେ ସାମିଲ କଲେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ର ବିକାସ ହେବା ସହ ଭବିଷ୍ୟତରେ କ୍ରୀଡା କ୍ଷେତ୍ର ରେ ଦେଶ, ରାଜ୍ୟ ତଥା ଜାତିର ଟେକ୍ ରଖିବେ। ଏଣୁ ଫୁଟବଲ ଖେଳକୁ ଲୋକ ପ୍ରିୟ କରାଇବା ପାଇଁ ଆନ୍ତ ବିଦ୍ୟାଳୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.