Home Top News ପୁରୀରେ ହତ୍ୟାକାଣ୍ଡ : ଶ୍ରୀମନ୍ଦିର ସୁଆର ମହା ସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ହତ୍ୟା

ପୁରୀରେ ହତ୍ୟାକାଣ୍ଡ : ଶ୍ରୀମନ୍ଦିର ସୁଆର ମହା ସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ହତ୍ୟା

51

ପୁରୀ ୧୬-୩ (ଓଡ଼ିଆ ପୁଅ) ପୁରୀରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ସୁଆର ମହା ସୁଆର ନିଯୋଗର ସମ୍ପାଦକ ତଥା ବାରବାଟୀ ଜାଗାର ସଭାପତି କୃଷ୍ଣଚନ୍ଦ୍ର ପଢ଼ିଆରୀ ହତ୍ୟା। କିଛି ଦୁର୍ବୁତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି। କୃଷ୍ଣଚନ୍ଦ୍ର ବାରବାଟୀ ଜାଗା ନିକଟରେ ବସିଥିବା ବେଳେ କିଛି ଦୁର୍ବୁତ୍ତ ଗୁଳି କରି ଫେରାର ହୋଇ ଯାଇଛନ୍ତି। ସଂଗେ ସଂଗେ କୃଷ୍ଣଚନ୍ଦ୍ରଙ୍କୁ ମେଡିକାଲ ନିଆଯାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ପୁରୀରେ ଚାପା ଉତେଜନା ସୃଷ୍ଟି ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି। ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.