Home Top News ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ ରାଜ : ପୋଲିସ ଉପସ୍ଥିତିରେ ଛୁରା ମାଡ

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ ରାଜ : ପୋଲିସ ଉପସ୍ଥିତିରେ ଛୁରା ମାଡ

68

ପୁରୀ ୨୭-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ ରାଜ। ଶ୍ରୀ ମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂର ବଡ଼ ଦାଣ୍ଡର ମର୍ଚ୍ଚିକୋଟ ଛକ ଠାରେ ଯୁବକଙ୍କୁ ଛୁରା ମାଡ଼। ପୋଲିସ ଉପସ୍ଥିତିରେ ଛୁରା ମାଡ଼ କରି ଦୂର୍ବୁତ୍ତ କରିଛନ୍ତି ଚମ୍ପଟ୍। ଗୁରୁତର ଯୁବକ ହେଲେ ଚୁଡଙ୍ଗ ସାହି ରାଧା ଗୋବିନ୍ଦ ଲେନର ଦିନେଶ ଖୁଣ୍ଟିଆ। ଦିନେଶଙ୍କ ପେଟରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଦିନେଶକୁ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦିନେଶକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀ ମନ୍ଦିର ନିକଟ ବଡ ଦାଣ୍ଡ ରେ ପୋଲିସ୍ ଉପସ୍ଥିତି ରେ ଛୁରାମାଡ ଘଟଣା ଆତଙ୍କ ଖେଳାଇ ଦେଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ ପୋଲିସ୍ କୁ ଅପରାଧୀ ଙ୍କ ଆଉ ଯମାବି ଖାତିର ନ ଥିବା ଚର୍ଚ୍ଚା ହେଉଛି। ତେବେ ଛୁରା ମାଡ ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପୁର୍ବ ଶତ୍ରୁତା କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୁରୀ ବଡ ଦାଣ୍ଡରେ ଅପରାଧୀଙ୍କ ଖୁଲମ ଖୁଲା ଆତଙ୍କ ରାଜ ଭୟର ବାତାବରଣ ଖେଳାଇ ଦେଇଛି। ସବୁଠୁ ରୋଚକ ଘଟଣା ହେଉଚି ଛୁରା ମାଡ ହୋଇ ଥିବା ସ୍ଥାନ ଟି ପୁରୀ ସିଂହ ଦ୍ୱାର ଥାନା ରୁ ୫୦ ମିଟର ଓ ଟାଉନ୍ ଥାନା ଠାରୁ ୫୦ ମିଟର। ମରିଚି କୋଟ ଛକ ରେ ସବୁବେଳେ ପୋଲିସ୍ ଡ୍ୟୁଟି ରେ ରୁହନ୍ତି। ଦୁଇଟି ଦୁଇଟି ଥାନା ଥିବା ବେଳେ ଅପରାଧୀ ଛୁରା ମାଡ କରି ଆତଙ୍କରାଜ କରିବା ପୁରୀ ପୋଲିସ୍ କୁ ଏକ ପ୍ରକାର ଚାଲେଞ୍ଜ ଦେଇଛନ୍ତି ଅପରାଧୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.