Home ଓଡ଼ିଶା ପୁରୀରେ ଥିବା ବ୍ଲୁଫ୍ଲାଗ ବିଚକୁ ଦୃଢ ବିରୋଧ : ପୁରୀ ସିବିଚ୍ ଫଟୋଗ୍ରାଫର ସଂଘ ପକ୍ଷରୁ...

ପୁରୀରେ ଥିବା ବ୍ଲୁଫ୍ଲାଗ ବିଚକୁ ଦୃଢ ବିରୋଧ : ପୁରୀ ସିବିଚ୍ ଫଟୋଗ୍ରାଫର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଓ ବିକ୍ଷୋଭ ପ୍ରଦର୍ଶନ

42

ପୁରୀ ୨୯ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଥିବା ବ୍ଲୁଫ୍ଲାଗ ବିଚକୁ ଦୃଢ ବିରୋଧ। ବ୍ଲୁଫ୍ଲାଗ ବିଚକୁ ତୁରନ୍ତ ପ୍ରଶାସନ ହଟାଇ ପର୍ଯ୍ୟଟକମାନଙ୍କ ପାଇଁ ବେଳାଭୂମିକୁ ମୁକ୍ତ ରଖିବା ପାଇଁ ଦାବୀ ହୋଇଛି। ପୁରୀ ସିବିଚ୍ ଫଟୋଗ୍ରାଫର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ଲୁଫ୍ଲାଗ ବିଚ ଦ୍ବାରା ଫଟୋଗ୍ରାଫର ମାନଙ୍କ ସହିତ ଉଠାଦୋକାନୀ ମାନେ ମଧ୍ୟ ବ୍ୟାପକ କ୍ଷତି ସହୁଥିବା ଅଭିଯୋଗ ହୋଇଛି। ବ୍ଲୁଫ୍ଲାଗ ବିଚରେ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ କଟକଣା ସମେତ ଉଠାଦୋକାନୀଙ୍କ ଉପରେ ଥିବା କଟକଣା ହେତୁ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ଆଗାମୀ ଦିନରେ ପୁରୀର ତିନୋଟି ଯାଗାରେ ବ୍ଲୁଫ୍ଲାଗ ବିଚ କରିବା ପାଇଁ ପ୍ରଶାସନ ଯୋଜନା କରୁଥିବା ବେଳେ ଏଥିରୁ ଓହୋରିଯିବା ପାଇଁ ସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି। ତେବେ କୋଭିଡ ପରିସ୍ଥିତି ଯୋଗୁଁ ଆର୍ଥୀକ ଅନଟନରେ ଗତି କରୁଥିବା ସିବିଚ ଫଟୋଗ୍ରାଫର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ପରିଚୟ ପତ୍ର ପ୍ରଦାନ ଭଳି ଆଠଦଫା ଦାବି ନେଇ ସଂଘ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। ଦାବି ପୁରଣ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.