ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ନରେନ୍ଦ୍ର କୋଣ ଚକଡାରୁ ଗତ ୧୨ତାରିଖ ଦିନ ଧରାପଡିଥିବା ୧୫ଜଣ ଙ୍କ ମଧ୍ୟରୁ ଗତକାଲି ୭ଜଣଙ୍କୁ ଗିରଫ କରାଯାଇଛି। ପୁରୀ ଏସିପି ଉମାଶଙ୍କର ଦାସ ଏହି ଅଭିଯୁକ୍ତ ମାନଙ୍କୁ ନେଇ ତଦନ୍ତ କରିବା ପାଇଁ ବଳିଆପଣ୍ଡା କୁମ୍ଭାରପଡା ଟାଉନ ଏବଂ ବାସେଳୀ ସାହି ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଦ୍ଧେର୍ଶ କ୍ରମେ ସେମାନେ ତଦନ୍ତ କାଳରେ ଅଟକ ଦୁର୍ବୃତ୍ତମାନଙ୍କୁ ପଚରା ଉଚରା କରିବାରେ ସେମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ଏମାନେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି।
ଉତ୍ତରପ୍ରଦେଶ ଗୋଣ୍ଡା ଜିଲା ଅନ୍ତର୍ଗତ ମନକପୁର ଥାନା ଇଲାକାର ଏହି ୧୫ଜଣ ପୁରୀକୁ ଆସିଥିଲେ। ବିଶେଷକରି ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଲୁଟ କରିବା ପାଇଁ ସେମାନେ ଟାର୍ଗେଟ କରିଥିଲେ। ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ୫ଜଣ ଅଭିଯୁକ୍ତ ହେଲେ ଜଗଦୀଶ ଗରୁଡା, ଦିନେଶ କୁମାର, ଗୁରୁବର୍ମା, ରାମଧିରିକ, ବ୍ରଜେଶ କୁମାର ଗୁପ୍ତା, ରାଜେନ୍ଦ୍ର କୁମାର ଓ କ୍ରିଷ୍ଣା କୁମାର ଟାଉନ ଥାନା ୨୩୧ ବାଇ ୧୯ ନମ୍ବର ମ।।ମଲାରେ ତଦନ୍ତ କାରୀ ଅଧିକାରୀ ଜିତେନ୍ଦ୍ର ଗୁମାନ ସିଂ କହିଛନ୍ତି।
ଗତ ଡିସେମ୍ବର ୨୧ ତାରିଖ ଦିନ ହାଇଦ୍ରାବାଦରୁ ଓାଇ ଭୁଜଙ୍ଗ ପୁରୀ ଆସିଥିଲେ। ଭୁଜଙ୍ଗ ମର୍ଚ୍ଚିକୋଟ ଛକ ସ୍ଥିତ ଏମ ବଜାର ସମ୍ମୁଖରେ ଛିଡା ହୋଇଥିଲା ବେଳେ ତାଙ୍କୁ ଏହି ୫ ଜଣ ଘେରିଯାଇ ତାଙ୍କ ଠାରୁ ୨୬ହଜାର ଟଙ୍କା ମୋବାଇଲ ଏବଂ ଜରୁରୀ କାଗଜପତ୍ର ଲୁଟି ନେଇଥିଲେ।