Home ଜିଲ୍ଲା ପରିକ୍ରମା ପୁରୀରେ “ଅନ୍ୟ ଏକ ସକାଳ” ଉନ୍ମୋଚିତ

ପୁରୀରେ “ଅନ୍ୟ ଏକ ସକାଳ” ଉନ୍ମୋଚିତ

27

ପୁରୀ ୨୯-୮ (ଓଡ଼ିଆ ପୁଅ) ସ୍ଥାନୀୟ ପ୍ରଜ୍ଞା ଚକ୍ର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆଜି ପ୍ରଫେସର ଚିତ୍ତରଞ୍ଜନ ଦାସ ଶତବାର୍ଷିକୀ ବକ୍ତୃତା ମାଳାର ସଂଦର୍ଭ ସଂକଳନ “ଅନ୍ୟ ଏକ ସକାଳ” ଦିଲ୍ଲୀର ବିଶିଷ୍ଟ ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି। ଶ୍ରୀ ଆଖଣ୍ଡଳମଣି ପୀଠ ପରିସରରେ ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ଗାନ୍ଧୀବାଦୀ ସମାଜସେବୀ ଉମାବଲ୍ଲଭ ମହାପାତ୍ର, ଗବେଷକ ସଞ୍ଜୟ ବରାଳ, ବୋଦ୍ଧିଚକ୍ରର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ, କବୀର ଶୈଳବାଳା ମହାପାତ୍ର, କବି ଆଲୋକ କୁମାର ପ୍ରଧାନ, କବୀ ସୁବାସିନୀ ଶତପଥି, ଅମୀୟ ପାଣ୍ଡବ, ବିଜୟ କୁମାର ମିଶ୍ର, ବିଶ୍ବପ୍ରୀତ ମିଶ୍ର, ବିଶ୍ବମୀତ୍ ମିଶ୍ର, ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଭାଗ ନେଇଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ମାନସ ରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ।

ଆଲୋଚନା ରେ ଭାଗ ନେଇ ବକ୍ତାମାନେ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଜୀବନ ଓ ସାହିତ୍ୟ ସଂପର୍କରେ ବିଶେଷ ଆଲୋକପାତ କରିଥିଲେ।

ନିଜ ର ଶୀତଳ ସୁସଜ୍ଜିତ କୋଠରୀରେ ବସି ପୁସ୍ତକ ଲବ୍ଧ ଜ୍ଞାନ ବିତରଣ କିମ୍ବା ତାତ୍ତ୍ବିକ ବିଚାର ବିଶ୍ଲେଷଣ ରେ ମାତି ଯିବା ପ୍ରଫେସର ନ ଥିଲେ ଚିତ୍ତରଞ୍ଜନ ଦାସ। ଲୋକ କ୍ଷେତ୍ରକୁ ନ ଯାଇ ସେ ଲୋକଙ୍କ କଥା କହୁ ନଥିଲେ।

ପରିଶେଷରେ ପ୍ରତିମାସରେ ଏହି ଆଲୋଚନା ଚକ୍ର ଆୟୋଜନ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ପ୍ରଫେସର ଜନ୍ମେଜୟ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.