Home ଜିଲ୍ଲା ପରିକ୍ରମା ପୁରିପଡା ହରିଜନସାହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ତାଗିଦ

ପୁରିପଡା ହରିଜନସାହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ତାଗିଦ

22

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ପୁରିପଡା ହରିଜନସାହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ପୁନର୍ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ସୋମବାର ଭଦ୍ରକ ବ୍ଲକ ପରିସରରେ ହେଉଥିବା ଜନଶୁଣାଣୀ ଶିବିରରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପୂର୍ବ ଆଦେଶ କାର୍ଯ୍ୟକାରୀ କରାଯାଇନଥିବା ସୂଚୀତ କରାଇଥିଲେ । ଦୀର୍ଘ ଆଠବର୍ଷ ଧରି ଗ୍ରାମବାସୀମାନେ ରାସ୍ତା ନିର୍ମାଣ ପାଇଁ ହାରିଗୁହାରୀ କରିଆସୁଛନ୍ତି । ଏଥି ପାଇଁ ଜିଲ୍ଲାପାଳଙ୍କୁ ପୁଣିଥରେ ଜଣାଇଛନ୍ତି ଗ୍ରାମବାସୀ । ଗ୍ରାମର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶାଳଣିଆ ବ୍ରାଂଚ କେନାଲ ଅଧିନ ପୁରିପଡା ମାଇନର କେନାଲ ଅଣଓସାରିଆ କଚାବନ୍ଧ ଉପରେ ଥିବା ସାହି ରାସ୍ତା ଯାତାୟତ ପାଇଁ ଅନୁପଯୋଗୀ । ପୁନଶ୍ଚ ଗତ ମାର୍ଚ୍ଚ ମାସରେ କେନାଲ ବନ୍ଧ ଉପରେ ମାଟି ପକାଯାଇ ପାଦଚଲା ରାସ୍ତାକୁ ଅଧିକ ବିପର୍ଯ୍ୟସ୍ତ କରାଯାଇଛି । ସାହିମୁଣ୍ଡରେ ଥିବା କେନାଲ ମଝିରେ ଏକ କଲର୍ଭଟ ନିର୍ମାଣ କରାଯାଇଛି । ଏହି ସ୍ଥାନରେ କେନାଲ ଭିତରେ ମାଟି ପକାଯାଇ ଜଳସେଚନକୁ ଠିକାଦାର ଅବରୋଧ କରିଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ବର୍ଷା ପାଣି ଜମିରହି ରାସ୍ତା ପାଣି କାଦୁଅ ପୂର୍ଣ୍ଣ ହେଉଛି । ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଲାଗି ରହିଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ସାହିବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ସୋମବାର ଆକର୍ଷଣ କରିଛନ୍ତି । ଆଗାମୀ ବର୍ଷା ଋତୁ ପୂର୍ବରୁ ରାସ୍ତା ମରାମତ କରିବାକୁ ଶାଳଣିଆ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହାର ବ୍ୟତୀକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.