Home ଜିଲ୍ଲା ପରିକ୍ରମା ପୁତ୍ରହତ୍ୟା ଘଟଣାରେ ନ୍ୟାୟ ନମିଳିବା ନେଇ ଘଂଟେଶ୍ୱର ଫାଣ୍ଡି ସମ୍ମୁଖରେ ଆମରଣ ଅନଶନରେ ବସିଲେ ପରିବାର

ପୁତ୍ରହତ୍ୟା ଘଟଣାରେ ନ୍ୟାୟ ନମିଳିବା ନେଇ ଘଂଟେଶ୍ୱର ଫାଣ୍ଡି ସମ୍ମୁଖରେ ଆମରଣ ଅନଶନରେ ବସିଲେ ପରିବାର

10

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅନ୍ତର୍ଗତ ଘେଂଟଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମର ଚଗଲା ଦାସଙ୍କ ପୁଅ ସିପୁନକୁ ଗତ ନଭେମ୍ବର ମାସରେ ହତ୍ୟା କରି ଧାମରା ଭଦ୍ରକ ରେଳପଥ ରେ ପକାଇ ହତ୍ୟାକାରୀ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଥିଲେ। ପରେ ଏହା ଏକ ଆତ୍ମ ହତ୍ୟା ନୁହେଁ ବରଂ ହତ୍ୟା ବୋଲି ମୃତକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଘଟଣାକୁ ୪ମାସ ବିତିଯାଇଥିଲେ ମଧ୍ୟ ବାଂଶଡା ଥାନାଧିକାରୀ ଆଜି ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି। ଏହି ଘଟଣା ପ୍ରତିବାଦରେ ସମ୍ପୃକ୍ତ ମୃତକଙ୍କ ପରିବାର ଚାନ୍ଦବାଲି ଏସ ଡି ପି ଓ ଙ୍କୁ ଭେଟି ତୁରନ୍ତ ଏହି ଘଟଣା ରେ ସମ୍ପୃକ୍ତ ଆସାମୀ ମାନଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାର କୁ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଥିଲେ। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ନ ମିଳିବାରୁ ଆଜି ସମ୍ପୃକ୍ତ ମୃତକ ଙ୍କ ପରିବାର ଘେଂଟଶ୍ୱର ଫାଣ୍ଡି ଆଗରେ ଆମରଣ ଅନଶନ ରେ ବସିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଅନଶନ ଜାରୀ ରହିଥିବା ଦେଖିବାକୁ ମିଳିଥିଲା। ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସମ୍ପୂର୍ଣ ବିଫଳ। ଏହି ଅଭିଯୋଗ କୁ ଭିତି କରି ମୃତକଙ୍କ ପରିବାର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଖଲ କରିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କ ପୁଅ ସିପୁନ କୁ ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନାହାନ୍ତି। ଏହାକୁ ନେଇ ପୋଲିସ ପକ୍ଷରୁ ନିଷ୍କ୍ରିୟତା ଦେଖାଯାଉଛି ବୋଲି ଆବେଦନ କାରି ଅଭିଯୋଗ କରିଛନ୍ତି। ଆଜି ଏହି ଅଭିଯୋଗ କୁ ଭିତି କରି ମୃତକଙ୍କ ସପରିବାର ଘେଂଟଶ୍ୱର ଫାଣ୍ଡି ଆଗରେ ଆମରଣ ଅନଶନ ବସିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.