ବାଲେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ପୁଣି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ । ଏହି ଘଟଣା ସୋର କୁପାରୀ ରାସ୍ତା ତୁଡିଗଡିଆ ଠାରେ ଘଟିଛି । ଅଭିଯୋଗ ଅନୁସାରେ,ଦୁଇ ମହିଳା ବନ୍ଧୁ ବାହାନଗା ମୁଗୁନିପୁର ଗ୍ରାମର ଗୀତାଞ୍ଜଳି ପାତ୍ର ଓ ନୀଳଗିରିର ନିୟତି ପଣ୍ଡା ସାଙ୍ଗ ହୋଇ ଖଇରା ସାରଡାଙ୍ଗରୁ ବାଲେଶ୍ବର ଯାଉଥିଲେ । ସେହି ସମୟରେ ପିଛା କରୁଥିବା ଲୁୁଟେେରା ମହିିିଳାାାାଙ୍କ ଠାରୁ ୮୦ ହଜାର ଟଙ୍କ୍କାର ହାର ଲୁଟି ନେଇଥିଲା । ହାର ଛଡ଼ାଇ ଦୃୃତ ଗତିରେ ଲୁୁଟେରା ଫେରାର ହୋଇଯାଇଥିବା ବେଳେ ମହିଳା ପୋଲିସ ପାଖରେ ଏ ନେଇ ଅଭିଯୋଗ କରିଛନ୍ତି । ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।