Home ଓଡ଼ିଶା ପୁଣି ଲଜ୍ଜା : ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାରି ମାସର ଗର୍ଭବତୀ

ପୁଣି ଲଜ୍ଜା : ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାରି ମାସର ଗର୍ଭବତୀ

501

ବାଲିଗୁଡା ୨୦-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡାରେ ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାରି ମାସର ଗର୍ଭବତୀଥିବା ଜଣାପଡିଛି। ମାସିକ ସ୍ବାସ୍ଥ୍ୟ ପରୀକ୍ଷାବେଳେ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ବେଲଘର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପ୍ରକାରେ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି ବେଲଘର ପୋଲିସ। ସୂଚନା ପ୍ରକାରେ ତୁମୁଡିବନ୍ଧ ଥାନା ବେନାରବାହାଲ ଗ୍ରାମର ଜଣେ ନାବାଳିକା ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାପରେ ଚଳିତବର୍ଷ ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ଅଞ୍ଚଳର ଅମୁଲ୍ୟ ପ୍ରଧାନୀ ନାମକ ଜଣେ ଯୁବକ ବେନାରବାହାଲ ଗ୍ରାମରେ ରହି ତୁମୁଡିବନ୍ଧ କଲେଜରେ ପଢୁଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାସହ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ତଦନ୍ତପରେ ଅଭିଯୁକ୍ତ ଅମୁଲ୍ୟ ପ୍ରଧାନକୁ ଗିରଫକରି କୋର୍ଟ ଚାଲାଣ କରିଛି ବେଲଘର ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.