Home Top News ପୁଣି ବଢ଼ିଲା CNG ଦର : ୬ ଦିନରେ ଦ୍ୱିତୀୟ ଥର ବୃଦ୍ଧି

ପୁଣି ବଢ଼ିଲା CNG ଦର : ୬ ଦିନରେ ଦ୍ୱିତୀୟ ଥର ବୃଦ୍ଧି

33

ନୂଆ ଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) CNG ଦରବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କୁ କଲାଣି। CNG ମୂଲ୍ୟ ପୁଣି ବୃଦ୍ଧି କରାଯାଇଥିବାରୁ ପରିବହନ ଭଡ଼ା ବୃଦ୍ଧି ଆଶଙ୍କା କରାଯିବା ନିଶ୍ଚିତ। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଦିଲ୍ଲୀରେ ସିଏନଜି ମୂଲ୍ୟ କିଲୋଗ୍ରାମ ପ୍ରତି ୭୫.୬୧ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏବେ CNG ର ମୂଲ୍ୟ କିଲୋଗ୍ରାମ ପିଛା ୭୮.୧୭ ଟଙ୍କା କରାଯାଇ ଥିବା ବେଳେ ଗୁରୁଗ୍ରାମରେ ଏହାର ମୂଲ୍ୟ କିଲୋଗ୍ରାମରେ ୮୩.୯୪ ଟଙ୍କା ହେବ। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଅନୁଯାୟୀ ଆଜି ସକାଳ ୬ ଟାରୁ ଦିଲ୍ଲୀ-ଏନସିଆର ସମେତ ଉପରୋକ୍ତ ସହରଗୁଡିକର CNG ଦରରେ ପରିବର୍ତ୍ତନ କରାଯାଇଛି।

ପେଟ୍ରୋଲ-ଡିଜେଲ ଦର ଆଜି ମଧ୍ୟ ସମାନ ରହିଛି। ଆଜି କ୍ରମାଗତ ୪୪ ତମ ଦିନ ଯେତେବେଳେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ଆଜି ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିରୁ ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅନ୍ୟପକ୍ଷରେ, ଏଲପିଜି ଗ୍ୟାସ ସିଲିଣ୍ଡର ସମେତ ଜରୁରୀ ଜିନିଷଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.