Home ଓଡ଼ିଶା ପୁଣି ବିଜେଡି ସଭାପତି ହେଲେ ମଖ୍ୟମନ୍ତ୍ରୀ ନବୀନ

ପୁଣି ବିଜେଡି ସଭାପତି ହେଲେ ମଖ୍ୟମନ୍ତ୍ରୀ ନବୀନ

214

ଭୁବନେଶ୍ୱର୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ୧୯୯୭ରେ ବିଜେଡି ଦଳ ଗଠନ ହେବା ଦିନ ଠାରୁ ବିନା ପ୍ରତିଦୋନ୍ଦିତାରେ ଅଷ୍ଟମ ଥର ପାଇଁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଆସୁଛନ୍ତି । ବିଜେଡି ରାଜ୍ୟ ପରିଷଦ ବୈଠକରେ ଦଳ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଥିବା ବିଧାୟକ ପ୍ରତାପ ଦେବ ନବନିର୍ବାଚିତ ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଆଜି ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯାଇଛି ।

 

ଏହି ଅବସରରେ ନବନିର୍ବାଚିତ ସଭାପତି ନବୀନ ପଟ୍ଟନାୟକ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଯେ ବିଜେଡ଼ି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢ଼େ ନାହିଁ ବରଂ ଲୋକଙ୍କ ସେବା କରିବାକୁ ନିର୍ବାଚନ ଲଢ଼େ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.