ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁଲିସକୁ ପୁଣି ଏକ ବଡ ସଫଳତା । ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର, ସ୍କୁଟି ଏବଂ ଗୋଟିଏ ଭର୍ଣ୍ଣା କାର ସହ ଦୁଇ ଭାଇ ଙ୍କୁ ଗିରଫ କରିଛି ପୁଲିସ ।ସୂଚନାମୁତାବକ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଗୁଇନ୍ଦା ବିଭାଗ ର ସ୍ୱତନ୍ତ୍ର ଖବର ମୁତାବକ ପୁଲିସ ର ଏକ ଟିମ ଭଦ୍ରକ ଚରମ୍ପା ଅନ୍ତର୍ଗତ ଗୁଣ୍ଠୁଣିଆ ବଜାର ନିକଟରେ ବାଲେଶ୍ୱର ପଟୁ ଆସୁଥିବା ଏକ ସ୍କୁଟି ଓ ହ୍ୟୁଣ୍ଡାଇ ଭର୍ଣ୍ଣା କାର ଉପରେ ସନ୍ଦେହ କରି ଗୁଇନ୍ଦା ବିଭାଗ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ଙ୍କ ସହ ପୁରା ପୁଲିସ ଟିମ ଅଟକାଇଥିଲା। ପରେ ଯାଂଚ ସମୟରେ ଉକ୍ତ ଦୁଇ ଯୁବକଙ୍କ ପାଖରୁ ୯.୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ପୁଲିସ । ସେହି ଯୁବକଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି । ତେବେ ଅଭିଯୁକ୍ତ ଜଣଙ୍କ ଘର ଭଦ୍ରକ ସହରାଂଚଳ ଥାନା ଅଧିନ ଚରମ୍ପା ବରଳାପୋଖରୀ ଭୀମଚରଣ ନାୟକଙ୍କ ଦୁଇ ପୁତ୍ର କାଁହୁ ଚରଣ ଓ କାଳନ୍ଦୀ ବୋଲ ସୂଚନା ମିଳିଛି ।ତେବେ ବାରମ୍ବାର ଏଭଳି ଘଟଣା ବରଳାପୋଖରି ଅଂଚଳରେ ଦେଖିବାକୁ ମିଳୁଥୁବା ବେଳେ ପୁଲିସ ସ୍ୱତନ୍ତ୍ର ନଜର ଦେବା ସହ ଏହି ଗ୍ୟାଙ୍ଗ ରେ ଆଉ କାହାର ସଂପୃକ୍ତି ରହିଛି, ତଦନ୍ତ କରୁଛି । ଏବଂ ଅପରାଧିକ ମାମଲା ଉପରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଭଦ୍ରକ ସହରାଂଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା।