Home ଓଡ଼ିଶା ପୁଣି ପାଇପ ଲାଇନ ଫାଟିଲା : କଟକ ବାଦାମ ବାଡ଼ି ଟ୍ରାଫିକ ଛକରେ ଫାଟିଲା

ପୁଣି ପାଇପ ଲାଇନ ଫାଟିଲା : କଟକ ବାଦାମ ବାଡ଼ି ଟ୍ରାଫିକ ଛକରେ ଫାଟିଲା

45

କଟକ, ୧୦/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଆଜି ଅପରାହ୍ନ ୫ଟା ସମୟରେ ଜନଗହଳି ପୂର୍ଣ୍ଣ ବାଦାମ ବାଡ଼ି ଟ୍ରାଫିକ ଛକ ନିକଟରେ ପାଇପ ଲାଇନ ହଠାତ ଫଟିବାରୁ ୨୦ଫୁଟ ପାଣି ର ଉଦ୍ଗିରଣ ସୃଷ୍ଟି ହୋଇ ଯାନବାହାନ ଓ ସାଧାରଣ ଲୋକ ଙ୍କ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ଗତ ତିନି ଦିନ ତଳେ ରାଜାବଗିଚାରେ ପାଇପ ଫାଟି ଅନୁରୂପ ଘଟଣା ଘଟି ଥିଲା। ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରୁଥିଲେ ହେଁ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାରଏପରି ଘଟୁଛି ବୋଲି ଲୋକେ ଅଭିଯୋଗ କରି ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.