Home ଓଡ଼ିଶା ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

797

ସମ୍ବଲପୁର,୨୦/୧୦,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁରରେ ପୁଣି ଲଜ୍ଜା । ଗୋଲାମୁଣ୍ଡା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ଜଣ ଯୁବକ ଗତ ଦୁଷ୍କର୍ମ କରି ପରେ ହତ୍ୟା କରିଥିବା ସୂଚନା ମିଳିଛି । ପରେ ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । କିସିଣ୍ଡା ବସଷ୍ଟାଣ୍ଡ ରୁ ନିଜ ଘରକୁ ଯିବା ପାଇଁ ବାହାରିଥିବା ସମୟରେ ତାର ପୂର୍ବତନ ପ୍ରେମିକ ଓ ତାର ଦୁଇ ସାଙ୍ଗ ସେଠାରେ ପହଞ୍ଚି ଥିଲେ । ପରେ ନାବାଳିକାଙ୍କୁ ଘରେ ଛାଡ଼ିଦେବେ କହି ସାଙ୍ଗରେ ନେଇଥିଲେ । ତେବେ ଗୋଇଲମୁଣ୍ଡା ଗ୍ରାମକୁ ଯିବା ରାସ୍ତାରେ ନାବାଳିକାଙ୍କୁ ସେମାନେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପାଖ ଗ୍ରାମର ଲୋକେ ଶୌଚ ପାଇଁ ଯିବା ସମୟରେ ଯୁବକଙ୍କୁ ଦେଖି ପ୍ରଶ୍ନ କରିଥିଲେ । କିନ୍ତୁ ସେମାନଙ୍କ ବ୍ୟବହାର ଦେଖି ସନ୍ଦେହ ଜାତ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.