Home ଜିଲ୍ଲା ପରିକ୍ରମା ପୁଣି ଜଣେ ସହାୟିକାଙ୍କ ବିରୋଧରେ ଜାଲ୍ ସାର୍ଟିଫିକେଟ୍ ଅଭିଯୋଗ, ତଦନ୍ତ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ପୁଣି ଜଣେ ସହାୟିକାଙ୍କ ବିରୋଧରେ ଜାଲ୍ ସାର୍ଟିଫିକେଟ୍ ଅଭିଯୋଗ, ତଦନ୍ତ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

25

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନକଲି ସାର୍ଟିଫିକେଟ୍ ଅଭିଯୋଗ ଆଧାରରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ସିଡିପିଓ-୧ ଅଧୀନ ଜଣେ ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବନ ପରେ ଏହି ବ୍ଲକ୍‌ର ସିଡିପିଓ-୨ ଅଧୀନ ଏକ କେନ୍ଦ୍ରରେ ଅନୁରୂପ ଅଭିଯୋଗ ଆସିଛି । ଘଟଣାର ତଦନ୍ତ ପାଇଁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉପଜିଲାପାଳ ମନୋଜ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଉପଜିଲାପାଳ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିଡିପିଓ-୨ ଙ୍କୁ ଦେଇଛନ୍ତି । ତଥ୍ୟ ଅନୁଯାୟୀ ମଉସୁଦ୍ଧା ପଂଚାୟତ ଫାର୍ସିବନ୍ଧ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟରତ ସହାୟିକା ଜାଲ୍ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଗ୍ରାମର ବୈଲୋଚନ ନାୟକ, ବଳରାମ ରାଉଳ, ବୈଷ୍ଣବ ଚରଣ ନାୟକ ପ୍ରମୁଖ ଜିଲାପାଳଙ୍କ ନିକଟରେ ଗତ ମଇ ମାସରେ ଅଭିଯୋଗ କରିଥିଲେ । ସହାୟିକା ଜଣଙ୍କ ନିଯୁକ୍ତି ସମୟରେ ଜାଲ୍ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଦେଇଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅଭିଯୋଗ ସମ୍ବନ୍ଧରେ ସିଡିପିଓ-୨ ଅହଲ୍ୟାରାଣୀ ବିସଙ୍କୁ ପଚାରିବାରୁ ସେ ଅଭିଯୋଗର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ଉପଜିଲାପାଳଙ୍କ ସହ ଆଲୋଚନା କରି ତାଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.