Home ଜିଲ୍ଲା ପରିକ୍ରମା ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ...

ପୁଣି ଚାନ୍ଦବାଲିରେ ଲଜ୍ଜା; ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ, ୫୮ବର୍ଷୀୟ ବୃଦ୍ଧ ଗିରଫ

10

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ପଂଚାୟତ ଠୁକୁରା ଗ୍ରାମରେ ପୁଣି ଲଜ୍ଜା। ଜଣେ ୫୮ବର୍ଷୀୟ ବୃଦ୍ଧ ସେହି ଗ୍ରାମରେ ଜୈନିକ ୧୫ବର୍ଷର ନାବାଳିକାକୁ ବିଭିନ୍ନ ସମୟରେ ପ୍ରଲୋଭିତ କରି ସାତ ମାସର ଗର୍ଭବତୀ କରିଥିବା ସାମ୍ନାକୁ ଆସିଛି । ନାବାଳିକା ଜଣକ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ଯାଇଥିଲେ। ସେଠାରେ ପରିକ୍ଷା ପରେ ନାବାଳିକା ଜଣକ ସାତ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ସବୁ ଘଟଣା ନାବାଳିକା ଜଣକ ପରିବାର ପାଖରେ କହିଥିଲେ । ଥାନାରେ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ୧୨୨/୨୬ମୂଳେ ମାମଲା ରୁଜୁ କରି ୫୮ବଷୀୟ ଦେବେନ୍ଦ୍ର ନାୟକଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.