Home ଜିଲ୍ଲା ପରିକ୍ରମା ପୁଣି ଚାନ୍ଦବାଲିରେ ଲଜ୍ଜା, ପୋଲିସ ର ବର୍ବରତା, ଟିକେଟ କାଉଂଟର ନିକଟରେ ଦର୍ଶକଙ୍କୁ ନିର୍ଦ୍ଧୁମ ଛେଚିଲେ...

ପୁଣି ଚାନ୍ଦବାଲିରେ ଲଜ୍ଜା, ପୋଲିସ ର ବର୍ବରତା, ଟିକେଟ କାଉଂଟର ନିକଟରେ ଦର୍ଶକଙ୍କୁ ନିର୍ଦ୍ଧୁମ ଛେଚିଲେ କାର୍ଯ୍ୟରତ ଏଏସଆଇ ପ୍ରଭାକର ଜେନା

12

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦିର୍ଘ ଆଠଦିନ ହେବ ମା ଦକ୍ଷିଣେଶ୍ୱରି କାଳି ଙ୍କ ପୂଜା ଓ ଶ୍ରୀ କୃଷ୍ଣ ପୂଜା ପାଇଁ ବିଭିନ୍ନ ଯାତ୍ରା ଅନୁଷ୍ଠାନ ଯାତ୍ରା ପରିବେଷଣ କରିଆସୁଥିବା ବେଳେ ଆଜି ସକାଳ ସମୟରେ ଶ୍ରୀକୃଷ୍ଣ ପୂଜା କମିଟି ତରଫରୁ ଟିକେଟ କାଉଂଟର ଚାନ୍ଦବାଲି ମଧୁବାବୁ ଛକ ନିକଟରେ ହୋଇଥିଲା।ରାତି ରୁ ଦର୍ଶକ ମାନେ ଯାତ୍ରା ଦେଖିବା ପାଇଁ ୩ ଟି ଲମ୍ବା ଧାଡ଼ି ଲଗାଇ ଛିଡ଼ାହୋଇ ଥିଲେ।ଏହି ସମୟରେ ହୋହାଲ୍ଲା ହେବାରୁ ଚାନ୍ଦବାଲି ଥାନା ଏ ଏସ ଆଇ ପ୍ରଭାକର ଜେନା ଓ ଚାନ୍ଦବାଲି ଥାନା ର କିଛି କର୍ମ ଚାରି ଆସି ଏକ ନିର୍ଦ୍ଦିଷ୍ଟ ଲୋକ ଟିକୁ ନିର୍ଦ୍ଧୁମ ମାରିଥିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ଯାହାକୁ ନେଇ ଚାନ୍ଦବାଲି ବୁଦ୍ଧିଜିବୀ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଳ୍ପ କିଛି ଦିନ ହେବ ଚାନ୍ଦବାଲି ଥାନା ର ମହିଳା ଙ୍କୁ ନିର୍ମମ ଭାବେ ଦୁଇ ପୋଲିସ କର୍ମଚାରୀଙ୍କ ବର୍ବରତା ପରେ ପୁଣି ଆଜି ଚାନ୍ଦବାଲି ଥାନା ର କାର୍ଯ୍ୟ ରତ ଏ ଏସ ଆଇ ପ୍ରଭାକର ଜେନା ସର୍ବସମ୍ମୁଖରେ ମାଡ଼ ମାରିଥିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ପୋଲିସ ବାବୁ ଙ୍କ ନାମ ରେ ବାରମ୍ବାର ଅଭିଯୋଗ ଆସିଛି ହେଲେ ସାଧାରଣ ଲୋକେ ଭୟରେ ମୁହଁ ଖୋଲୁ ନଥିଲେ। ଆଜି କିନ୍ତୁ ସର୍ବସମ୍ମୁଖରେ ବିଚ ରାସ୍ତା ରେ ପାହାର ଓ ଚାପୁଡ଼ା ଉପରେ ଚାପୁଡ଼ା ମାରିବାକୁ ପଛାଇ ନଥିଲେ।ସରକାର ଙ୍କ ସମସ୍ତ ନିୟମକୁ ସମ୍ପୁର୍ଣ୍ଣ ଫୁ କଲା ଭଳି କାର୍ଯ୍ୟ ଦେଖିବାକୁ ମିଳିଛି।ଏ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ତଥା ରାଜ୍ୟ ସରକାର ଟିକେ ଧ୍ୟାନ ଦେବେକି। ଦେଖିବାକୁ ବାକି ରହିଲା ମାଡ଼ ଖାଇଥିବା ଲୋକ ଙ୍କୁ କେବେ ନ୍ୟାୟ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.