କୋରାପୁଟ ୦୯-୦୯(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞରେ ଆନ୍ଧ୍ରପ୍ରଦେଶ ଅଧିକାରୀ ମାନେ ଅନୁପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରିଥିବା ଜଣାପଡିଛି ।
କୋଟିଆ ପଂଚାୟତର ନେରେଡିବାଲସା ଓ ଧୂଲିପଦର ଗ୍ରାମରେ କୃଷି ସାମଗ୍ରୀ ମାକେର୍ଟିଂ ଉପରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଇଥିଲେ ବୋଲି ଜଣାପଡିଛି ।ରାଇସ କାର୍ଡ ଶିବିର ମଧ୍ୟ ଆୟୋଜନ କରିଥିଲେ ।ନୂତନ କାର୍ଡ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।ଓାଇ.ଭି ଶ୍ୟାମ କୁମାର ,ରୋହିନୀ ପାଥି ,ଏମଆରଓ ଶ୍ରୀନିବାସ ,ଏମଡିଓ ପାର୍ବତୀ , ଏ.ପାପା ରାଓ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ଯୋଜନା ସଂପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଇଥିଲେ ।ଜିଲ୍ଲା ପ୍ରଶାସନର ପ୍ରତିବାଦ ନ ଥିବା କାରଣରୁ ଏହିଭଳି ଆନ୍ଧ୍ର ଅନୁପ୍ରବେଶ କରୁଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।ଆନ୍ଧ୍ର ପଂଚାୟତ ନିର୍ବାଚନ କରୁଥିବା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିବାଦ କରାଯାଇଥିଲା ।ପ୍ରତିବାଦ କରିବା ସତ୍ୱେ ଭୋଟରମାନେ ମତଦାନ କରିଥିଲେ ।ଅଗଷ୍ଟ ୧୬ ତାରିଖ ଦିନ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ରାଜନେତାମାନେ ପୋଲିସ ଫୋର୍ସ ସହାୟତାରେ ବ୍ୟାରିକେଡ କରି ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ରୋକି ପାରିଥିଲେ ।ତା ପରେ ପରେ ଆନ୍ଧ୍ର ଅଧିକାରୀମାନେ ବିଭିନ୍ନ ସମୟରେ ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଅନୁପ୍ରବେଶକୁ ରୋକିବା ନିମନ୍ତେ ପ୍ରତିବାଦ କରିବାର ଆବଶ୍ୟକତା ରହିଥିବା ସାଧାରଣରେ ଆଲୋଚନା ହେଉଛି ।