Home Top News ପୁଣି ଏକ ସମ୍ଭାବ୍ୟ ଲଘୁଚାପ : ଆଜିଠୁ ବଢିବ ବର୍ଷା, କାଲି ପ୍ରବଳ ବର୍ଷିବ

ପୁଣି ଏକ ସମ୍ଭାବ୍ୟ ଲଘୁଚାପ : ଆଜିଠୁ ବଢିବ ବର୍ଷା, କାଲି ପ୍ରବଳ ବର୍ଷିବ

81

ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ଆସନ୍ତା କାଲି ଅର୍ଥାତ୍ ୧୩ ରେ ଆଉ ଏକ ଲଘୁଚାପ ହୋବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ତେବେ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସାମ୍ବାବ୍ୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୩ ଏବଂ ୧୪ ତାରିଖରେ ଏହାର ସର୍ବାଧିକ ପ୍ରଭାବ ଦେଖାଯିବାର ସମ୍ଭାବନା ରହିଛି। ଏହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

ପାଣିପାଗ କେନ୍ଦ୍ର ଅନୁଯାୟୀ, ୧୩ ଏବଂ ୧୪ ତାରିଖରେ ସର୍ବାଧିକ ପ୍ରଭାବ ରହିବ। ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବା ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ଚେତାବନୀ ଦିଆଯାଇଛି।

୧୩ ରୁ ୧୫ ଅଗଷ୍ଟ ଯାଏଁ ଝଡ-ପବନ ୪୫ ରୁ ୫୫ ସହ ସର୍ବାଧିକ ୬୫ କିମି ବେଗରେ ପବନ ସହ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ତେଣୁ ୧୩ ରୁ ୧୫ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.