Home ଅନୁଗୁଳ ପୁଣି ଆଶ୍ରମରେ ଅତ୍ୟାଚାର ଅଭିଯୋଗ

ପୁଣି ଆଶ୍ରମରେ ଅତ୍ୟାଚାର ଅଭିଯୋଗ

201

ଅନୁଗୁଳ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଆଜିକାଲି ଆଉ ସୁରକ୍ଷିତ ନାହିଁ ଆଶ୍ରମ । କାରଣ ଏଠି କେଉଁ ଛାତ୍ର ଉପରେ ଅତ୍ୟାଚାର ହେଉଛି ତ ଆଉ କେଉଁଠି ଛାତ୍ରୀ ଗର୍ଭବତୀ ହେଉଛି । ତେବେ ପୁଣି ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଇକାଣିପାଲି ଆଶ୍ରମ ବିଦ୍ୟାଳୟରେ । ଅଭିଯୋଗ ଅନୁସାରେ, ଉକ୍ତ ଆଶ୍ରମରେ ଛୋଟ ପିଲାଙ୍କ ଉପରେ ଅତ୍ୟାଚାର ହେଉଥିବା ସୂଚନା ମିଳିଛି । ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ପିଲାକୁ ପରିଚାଳକ ଅକଥନୀୟ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଏଭଳି ଥିଲା ଯେ, ବାଧ୍ୟ ହୋଇ ସେ ଛାତ୍ର ଆଶ୍ରମ ଛାଡି ଯିବାକୁ ଚେଷ୍ଟା କରିଥିଲା । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ ଜିମା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.