Home ଓଡ଼ିଶା ପୁଣି ଅଲୋଡା ହେଲା ଶିଶୁ କନ୍ୟା

ପୁଣି ଅଲୋଡା ହେଲା ଶିଶୁ କନ୍ୟା

146

ବାଲେଶ୍ଵର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଅଲୋଡା ପାଲଟିଲା ଶିଶୁ କନ୍ୟା । ଜନ୍ମ ଦେବା ପରେ ନାଳରେ ଫିଙ୍ଗି ଦେଇ ଚାଲିଯାଇଛି ମା । ଏ କିଭଳି ମା ? ଯିଏ ନିଜ ପିଲାକୁ ଜନ୍ମ ଦେଇ ନାଳରେ ଫିଙ୍ଗି ଚାଲିଯାଉଛି । ତେବେ ଏଭଳି ଘଟଣା ପୁଣି‌ ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସାଲପଡା ଗାଁ ରେ । ସେହି ଗାଁ ର ଏକ ନାଳରେ ଥିବା ପୋଲ ନିକଟରୁ ଏକ ଶିଶୁ କନ୍ୟା ଭାସୁଥିବା ର ଦେଖିବାକୁ ମିଳିଛି ।  କେହି ଜଣେ ଅବିବାହିତ ଯୁବତୀ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇ ପୋଲ ତଳେ ଫିଙ୍ଗି ଦେଇଥିବା ସାଧାରଣରେ ଅଲୋଚନା ହେଉଛି । ଏବେ ଘଟଣା ସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.