Home ଜିଲ୍ଲା ପରିକ୍ରମା ପୀରାହାଟ ଥାନା ଅଂଚଳରେ ଚାଲିଛି ବେଧଡକ ଜୁଆଖେଳ, ବାଜିରେ ଲାଗୁଛି ସ୍କୁଲ ଛାତ୍ରଙ୍କ ଜୀବନ

ପୀରାହାଟ ଥାନା ଅଂଚଳରେ ଚାଲିଛି ବେଧଡକ ଜୁଆଖେଳ, ବାଜିରେ ଲାଗୁଛି ସ୍କୁଲ ଛାତ୍ରଙ୍କ ଜୀବନ

13

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଆଜିର ଯୁବକ କାଲିର ଭବିଷ୍ୟତ । ସେମାନଙ୍କ ପାଇଁ ବାପା-ମା’ କେତେ ସ୍ୱପ୍ନ ଦେଖୁଥିବାବେଳେ କିଛି ଅସାଧୁ ଜୁଆ ଖେଳାଳିମାନଙ୍କ ପାଇଁ ସେମାନଙ୍କ ଲକ୍ଷ୍ୟପଥ ଭ୍ରଷ୍ଟ ହେଉଛି । ଏମିତି ଘଟଣା ଦେଖିବାକୁ ମିଳୁଛି ଏହି ଜିଲାର ପୀରହାଟ ଥାନା ଅଧୀନସ୍ଥ ନରେନ୍ଦ୍ରପୁର ପଂଚାୟତରେ । ପ୍ରତ୍ୟେକଦିନ ୧୦ ରୁ ଅଧିକ ଜୁଆ ଖେଳାଳି ପୀରହାଟ ଥାନାର କେତେକ ଅସାଧୁ ପୁଲିସ୍ କର୍ମଚାରୀଙ୍କୁ ହାତ ବାରିସ କରି ନିଜର ଆଧିପତ୍ୟ ବିସ୍ତାର କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏହି ଖେଳରେ ସାମିଲ କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଫଳରେ ହାରିଯାଇଥିବା ଯୁବକ ନିଜର ମାନସିକ ସ୍ଥିତି ହରାଇ ନିଜ ପରିବାର ବର୍ଗଙ୍କୁ ଆକ୍ରମଣ କରିବା ସହିତ ଚୋରି କରିବାକୁ ମଧ୍ୟ ପଛାଉନାହାଁନ୍ତି । ଏଥିନେଇ ଆଗରୁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପୀରାହାଟ ଥାନାର କେତେକ ଅସାଧୁ କର୍ମଚାରୀ ପ୍ରତ୍ୟେକଦିନ ରାତିରେ ହଜାର ହଜାର ଟଙ୍କା ନେଇ ଏଭଳି ଖେଳକୁ ପ୍ରଶୟ ଦେଉଥିବାର ଦେଖିବାକୁ ମିଳିଛି । ଏ ବିଷୟରେ ସାଧାରଣ ଲୋକ ପୁଲିସ୍ ନିକଟରେ ଅଭିଯୋଗ କଲେ ସେ ମିଛ ଖବର କହି ଗାଳିଗୁଲଜ କରୁଥିବା ବିଷୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ଅଂଚଳବାସୀ ଚାନ୍ଦବାଲି ଏସ୍‌ଡିପିଓ କାର୍ତିକ ଚନ୍ଦ୍ର ମଲ୍ଲିକ ଏବଂ ଭଦ୍ରକ ଏସ୍‌ପିଙ୍କୁ ଅବଗତ କରାଇଛନ୍ତି । ଘେଂଟଶ୍ୱର ଫାଣ୍ଡି ଓ ବାଂଶଡା ଥାନା ଅଂଚଳରେ ମଧ୍ୟ ଏହିଭଳି ବେଧଡକ ଭାବେ ଜୁଆଖେଳ ଚାଲିଛି । ପୁଲିସ୍ ପ୍ରଶାସନ ସବୁ ଜାଣି ହାତଗୋଡ ଯୋଡି ବସିଥିବା ବିଷୟ ସ୍ଥାନୀୟ ଲୋକେ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.